ପଞ୍ଚଭୂତରେ ଲୀନ ହେଲେ ଶହୀଦ ଦେବାଶିଷ

ଅନୁଗୋଳ: ବୁଧବାର ମାଓବାଦୀଙ୍କ ଗୁଳିବିନିମୟ ବେଳେ ପାଲଟା ଗୁଳି ଚାଳନାରେ ୨ ଏସଓଜି ଯବାନ ଶହୀଦ ହୋଇଥିଲେ। ଆଜି ଶହୀଦ ଦେବାଶିଷ ସେଠୀଙ୍କର ନିଜ ଜନ୍ମ ମାଟିରେ ଶେଷକୃତ୍ୟ ସଂପନ୍ନ ହୋଇଛି। ବେଶ୍ ଶୋକାକୂଳ ସ୍ଥିତିରେ ତାଙ୍କୁ ବିଦାୟ ଦେଇଛନ୍ତି ଅଞ୍ଜଳବାସୀ।

ଅନୁଗୁଳ ଜିଲ୍ଲା କିଶୋର ନଗର ଅଙ୍ଗପଡ଼ା ଗାଁରେ ଦେବାଶିଷଙ୍କ ପୈତୃକ ଘର। ତାଙ୍କର ମରଶରୀର ଗାଁ ମାଟିରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଗାର୍ଡ ଅଫ୍ ଅନର ଦିଆଯିବା ସହ ମର ଶରୀରକୁ ଗାଁ ପରିକ୍ରମା କରଯାଇଥିଲା। ପରେ ଗାଁ ମଶାଣୀରେ ହିଁ ତାଙ୍କର ଶବ ସତ୍କାର ହୋଇଛି।

ତାଙ୍କୁ ଶେଷ ବିଦାୟ ଜଣାଇବା ଲାଗି ସ୍ଥାନୀୟ ବିଧାୟକ, ପ୍ରଶାସନିକ ଅଧିକାରୀ ଏବଂ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ମାଟିର ପୁଅକୁ ହରାଇ ଅଞ୍ଚଳବାସୀ ମର୍ମାହତ ହୋଇଛନ୍ତି। ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇଥିବା ବାପା, ମା’ ଓ ସାଙ୍ଗସାଥୀ ସମସ୍ତେ ତାଙ୍କର ବଳିଦାନକୁ ମନେପକାଇ ବେଶ ଆତ୍ମହରା ହୋଇପଡିଛନ୍ତି ।

କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ନକ୍ସଲଙ୍କ ସହ ଗୁଳି ବିନିମୟ ବେଳେ ଶହୀଦ ହୋଇଥିଲେ ଦେବାଶିଷ ସେଠୀ(୨୭) ଏବଂ ସୁଧୀର କୁମାର ଟୁଡୁ(୨୮)। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମାଓ କ୍ୟାମ୍ପ୍ ଥିବାନେଇ ପୋଲିସକୁ ଗୁଇନ୍ଦା ତଥ୍ୟ ମିଳିଥିଲା ଏବଂ ଅପରେସନରେ ୫ ନକ୍ସଲ ମରିଛନ୍ତି।