ବଳଦେବଜୀଉ ମନ୍ଦିର ରେ କାର୍ଯ୍ୟରତ ସେବାୟତ ମାନଙ୍କର ଦରମା ବଢାଇବା ତ‌ଥା ବିଭିନ୍ନ ସୁବିଧା ପ୍ରଦାନ ଦାବିରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର

କେନ୍ଦୁଝର : କେନ୍ଦୁଝର ବଳଦେବଜୀଉ ମନ୍ଦିର ରେ କାର୍ଯ୍ୟରତ ସେବାୟତ ମାନଙ୍କର ଦରମା ବଢାଇବା ତ‌ଥା ବିଭିନ୍ନ ସୁବିଧା ପ୍ରଦାନ ଦାବିରେ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହାର ଏକ କିତା ନକଲ କେନ୍ଦୁଝର, ଦେବୋତ୍ତର କମିଶନ, ଆଇନ ମନ୍ତ୍ରୀ ଓଡିଶା ଏବଂ ମୁଖ୍ୟମନ୍ତ୍ରୀ ଓଡିଶା ଙ୍କ ଅବଗତି ନିମନ୍ତେ ପଠାଇଛନ୍ତି । ମନ୍ଦିର ରେ ୪୦ ଜଣ ସେବାୟତ ବିଭିନ୍ନ ପଦ ପଦବୀରେ ରହି ବଳଦେବଜୀଉଙ୍କର ସମସ୍ତ ପର୍ବପର୍ବାଣୀ ତଥା ଦୈନନ୍ଦିନ ନୀତିକାନ୍ତି ସୁଚାରୁରୂପେ କରିଆସୁଛନ୍ତି ।

ବର୍ତ୍ତମାନ ମନ୍ଦିର ପ୍ରଶାସନ ତଥା ଦେବୋତ୍ତର ତରଫରୁ ଯେତିକି ମାସିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି ତାକୁ ନେଇ ସେବାୟତ ମାନଙ୍କର ପରିବାର ଭରଣପୋଷଣ କରିବା ସମ୍ପୁର୍ଣ୍ଣ ଅସମ୍ଭବ ଯେ ହେତୁ ମନ୍ଦିରରେ ନିୟୋଜିତ ହୋଇଥିବା ସମସ୍ତ ସେବାୟତ ବଳ ଦେବଜୀଉଙ୍କର ଦୈନନ୍ଦିନ ନୀତିକାନ୍ତି ଛଡା ଅନ୍ୟ କୌଣସି ବାହାର କାର୍ଯ୍ୟରେ ଲିପ୍ତ ରୁହନ୍ତି ନାହିଁ । ଏହା ଛଡ଼ା ମାସିକ ପାରିଶ୍ରମିକ ବ୍ୟତୀତ ମନ୍ଦିର କିମ୍ବା ଦେବୋତ୍ତର ବିଭାଗ ତରଫରୁ ଅନ୍ୟ କୌଣସି ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଉନାହିଁ ।

ଦିନକୁ ଦିନ ବଜାରର ସମସ୍ତ ଦ୍ରବ୍ୟର ଦାମ ବଢିବଢି ଚାଲିଛି କିନ୍ତୁ ବଡ଼ ପରିତାପର ବିଷୟ ଏହି କି ଯେ ସମସ୍ତ ସେବାୟତ ବାରମ୍ବାର ପ୍ରଶାସନର ଅବଗତି ନିମନ୍ତେ ଦରମା ବଢାଇବା ସଂକ୍ରାନ୍ତରେ ଅଭିଯୋ ଗକଲେ ମଧ୍ୟ ପ୍ରଶାସନ କିମ୍ବା ଦେବୋତ୍ତର ବିଭାଗ କୌଣସି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବଳଦେବଜୀଉ ମନ୍ଦିର ରେ କାର୍ଯ୍ୟରତ ସେବାୟତ ମାନେ ।

ବାରମ୍ବାର ଦରମା ବଢାଇବା ନିମନ୍ତେ ଅନୁରୋଧ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ ଏହା ଛଡା କୌଣସି ସେବାୟତ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରାଣତ୍ୟାଗ କଲେ ପ୍ରଶାସନ ତରଫରୁ ମାତ୍ର ପାଞ୍ଚଶହ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଅଛି, ଯାହାକି କୌଣସି କାମ କାର୍ଯ୍ୟରେ ଆସୁନାହିଁ । ଯଦି କୌଣସି ସେବାୟତଙ୍କୁ ଅତି ଜରୁରୀ ପରିସ୍ଥିତିରେ ଯଥା ବିବାଘର, ବ୍ରତଘର ତଥା ଶୁଦ୍ଧିକ୍ରିୟା କାର୍ଯ୍ୟରେ ଜଣେ ସେବାୟତ ଆର୍ଥିକ ସହାୟତା ନେବାକୁ ଚାହୁଅଛି ତାଙ୍କୁ ମଧ୍ୟ ପ୍ରଦାନ କରାଯାଉନାହିଁ ଯାହା ଫଳରେ ସେମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଢୁଅଛି ।

ଏଣୁ ଯେତେବେଳେ କୌଣସି ସେବାୟତ ଆର୍ଥିକ ସହାୟତା ପାଇଁ ନିବେଦନ କଲେ ତାଙ୍କୁ ଅତିକମରେ ଏକ ବର୍ଷର ଦରମା ଅଗ୍ରମ ହିସାବରେ ପ୍ରଦାନ କରାଯିବାସହିତ ମାସିକ ବେତନରୁ କିସ୍ତି ଆକାରରେ ପରିଶୋଧ କରାଯିବାକୁ ଦାବୀ କରିଛନ୍ତି ସେବାୟତମାନେ । ଯଦି କୌଣସି ସେବାୟତ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରାଣତ୍ୟାଗ କରନ୍ତି ତାହେଲେ ତାଙ୍କ ପରିବାରକୁ ଅନ୍ୟୁନ୍ୟ(ଚାରିଲକ୍ଷ)ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉ ।