ଆସୁଛି ଲଘୁଚାପ!

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରେ ଆଜି ଅର୍ଥାତ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗର ସମେତ ଦକ୍ଷିଣ ଆଣ୍ଡାମାନ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଯାହା ଆସନ୍ତା ୮ ତାରିଖ ବେଳକୁ ଘନୀଭୂତ ହୋଇ ବାତ୍ୟାର ରୂପ ମଧ୍ୟ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି ।

ପାଣିପାଗ ବିଭାଗ ସୂଚନା ଅନୁଯାଇ, ଆଜି ଅର୍ଥାତ  #୬ଅପ୍ରେଲ ୨୦୨୨ ଦକ୍ଷିଣ ଆଣ୍ଡମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ #ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି ଯାହା ପ୍ରଭାବରେ ପରବର୍ତୀ #୨୪ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ #ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି

ତେବେ ଏପର୍ଯ୍ୟନ୍ତ ଏହା କେତେ ଶକ୍ତିଶାଳୀ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବ ଏହାର ପ୍ରଭାବ କେଉଁଠି ପଡିବ ଓ କେଉଁ ଦିଗରେ ଗତି କରିବ ତାକୁ ନେଇ ଆକଳନ କରାଯାଇ ନାହିଁ । ଏହା ବୁଧବାର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।