ଦମ୍ପତ୍ତିଙ୍କୁ ବାନ୍ଧି ଲୁଟି ନେଲେ ସୁନା ଓ ଟଙ୍କା

ସମ୍ବଲପୁର, (ଏସ୍‌ ନ୍ୟୁଜ୍‌) : ବୁର୍ଲା ଗୋଳଗୁଣ୍ଡାରେ ଘଟିଛି ଲୁଟ୍‌ ଘଟଣା । ଦମ୍ପତ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ସୁନା ଓ ଟଙ୍କା । ୮ ଭରି ସୁନା ଓ ୧୨ ହଜାର ଟଙ୍କା ଲୁଟିଛନ୍ତି । ସୂଚନାଯୋଗ୍ୟ ଯେ, ଗୋଳଗୁଣ୍ଡାରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ହୋତା ଓ ସ୍ତ୍ରୀ ସୁବାସିନୀ ହୋତା ଶୋଇଥିବାବେଳେ ୬/୭ ଜଣ ଡକାୟତ ଝରକା ପଟେ ପଶି ଏହି କାଣ୍ଡ ଭିଆଇ ଫେରାର ହୋଇଛନ୍ତି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।