ଫୁଲବାଣୀ, (ଏସ୍ ନ୍ୟୁଜ୍) : ଫୁଲବାଣୀ ସହରରେ ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତ ଲୁଟିନେଲେ ଦୁଇ ଲକ୍ଷ ଟଙ୍କା । ଫୁଲବାଣୀ ସହରର ଢିପକ୍ଷସାହିରେ ରହୁଥିବା ଲକ୍ଷ୍ମୀ ସାହୁ ଜଣେ ମହିଳାଙ୍କଠାରୁ ୨ ଲକ୍ଷ ଟଙ୍କା ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଝାମ୍ପି ନେଇଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କ ନିଜ ଦିଅରଙ୍କ ସହ ଆସି ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକରେ ଯାଉଥିବା ବେଳେ ଏକ ପଲସର୍ ବାଇକରେ ପିଛା କରି ଦୁଇ ଜଣ ଦୁର୍ବୃତ୍ତ ମାଷ୍ଟର ପଡା ନିକଟ ପାରିଜାତ କଲ୍ୟାଣ ମଣ୍ଡପ ନିକଟରେ ଦୁଇ ଲକ୍ଷ ଟଙ୍କା ଛଡାଇ ନେଇଥିଲେ । ଏନେଇ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।