ନିଆଳି( ଏସ୍ ନ୍ୟୁଜ ): ପୋଢ଼ୁଆଁ ହେବେ କଳାଦିଅଁ। ଏଥିପାଇଁ ପରମ୍ପରା ମୁତାବକ ମାମୁଁ ଘର ନିଆଳି ମାଧବାନନ୍ଦଜିଉ ମନ୍ଦିରରୁ ପୁରୀ ଅଭିମୁଖେ ଯାଇଛି ଅଷ୍ଟମୀ ଭାର। ପ୍ରତ୍ୟେକବର୍ଷ ପରି ଚଳିତ ବର୍ଷ ସୋମବାର ସକାଳୁ ପ୍ରଥମାଷ୍ଟମୀ ଅବସରରେ ନୂତନ ପାଟ ବସ୍ତ୍ର ସହ ଅଷ୍ଟମୀ ଭାର ଶ୍ରଦ୍ଧାଳୁମାନେ ନେଇ ପୁରୀ ଅଭିମୁଖେ ବାହାରିଛନ୍ତି। କୋଭିଡ଼ ନିୟମ ଅନୁଯାୟୀ ସମସ୍ତ ରୀତିନୀତି କରାଯାଇଛି। ସଂକୀର୍ତ୍ତନ ଓ ହରିବୋଲ ଧ୍ବନୀରେ ଏହି ଭାର ଯିବା ସମୟରେ ପ୍ରକମ୍ପିତ ହୋଇଛି ପୁରା ପରିବେଶ।
ସୂଚନାନୁଯାୟୀ, ଆସନ୍ତାକାଲି ମଙ୍ଗଳବାର ପ୍ରଥମାଷ୍ଟମୀ ଥିବାରୁ ମହାପ୍ରଭୁଙ୍କ ପାଇଁ ନୂତନ ପାଟବସ୍ତ୍ର ଓ ପୋଢ଼ୁଆଁ ଭାର ଯାଇଛି। ବହୁ ବର୍ଷ ହେବ ଏହି ପ୍ରଥା ଚାଲି ଆସୁଥିବା ବେଳେ ଗତ ତିନି ବର୍ଷ ଧରି ଏହା ବନ୍ଦ ରହିଥିଲା ଏବଂ ଚଳିତବର୍ଷ ଏ ନେଇ ପୁନର୍ବାର ଉଦ୍ୟମ କରାଯାଇ ଆଜି ପୁରୀ ଅଭିମୁଖେ ମନ୍ଦିରର ସେବାୟତ ଓ ଶ୍ରଦ୍ଧାଳୁମାନେ ଭାର ନେଇ ଯାଇଥିବା ସୂଚନା ମିଳିଛି। କୋଭିଡ଼ ନିୟମ କାମ ସଂଖ୍ୟକ ଲୋକ ଥିଲେ ମଧ୍ୟ କାଳିଆକୁ ପୋଢ଼ୁଆଁ କରିବାର ଖୁସିର ଆବେଗରେ ବେଶ ଭାବିୟତ ହୋଇଛନ୍ତି ଭକ୍ତ। ଭରା ନେଇ ଯାଉଥିବା ସେବାୟତ ଓ ବକ୍ତା ପ୍ରଭୁର ଏହି ଅପୂର୍ଵମୟ ଲୀଳାରେ ଭାଗିଦାର ହୋଇଥିବା ବେଳେ ପରମାନନ୍ଦ ଲାଭ କରିଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ।