ବଙ୍ଗୋପସାଗର ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ୨୪ ଘଣ୍ଟାରେ ଅବପାତ ରୁପନେବା ସମ୍ଭାବନା

ଉତ୍ତର-ପୂର୍ବ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ…

ଭୁବନେଶ୍ୱର: ଉତ୍ତର-ପୂର୍ବ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ ଏବଂ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପନେବାର ସମ୍ଭାବନା । ବାଂଲାଦେଶ ଓ ମିଆଁମାର ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । କ୍ରମେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆଗାମୀ ୨୪ ଘଣ୍ଟାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି । ଏପରିକି ୨୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓଡ଼ିଶାରେ ପାଣିପାଗ ବିଭାଗର ସୂଚନା ଏହି ଲଘୁଚାପର ପ୍ରଭାବ ଅଧିକ ରହିବାର ସମ୍ଭାବନା ଥିବାରୁ ପ୍ରବଳ ବର୍ଷା ସମ୍ଭାବନା ଦେଖାଦେଇଛି । ସେହିଭଳି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ଥିବା ସେ ସୂଚନା ଦେଇଛନ୍ତି । ୧୯ ତାରିଖ ପାଇଁ ଉପକୂଳବର୍ତ୍ତୀ ଓ ପଶ୍ଚିମ ଓଡ଼ିଶାର ୧୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର ଉପକୂଳ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, କନ୍ଧମାଳ, କଳାହାଣ୍ଡି, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ଝାରୁସୁଗୁଡ଼ା ଏବଂ ଢେଙ୍କାନାଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ୧୯ ଓ ୨୦ ତାରିଖରେ ବର୍ଷାର ପ୍ରଭାବ ସର୍ବାଧିକ ରହିବ ବୋଲି ଶ୍ରୀ ଦାସ କହିଛନ୍ତି ।