ଖୋର୍ଦ୍ଧା ସହରରେ ପ୍ରାୟ ୪୦ ଟି ପୂଜା ମଣ୍ଡପରେ ମା ଲକ୍ଷ୍ମୀ ପୂଜା ପାଉଛନ୍ତି । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମହା ଆଡମ୍ବର ରେ ଆଗେଇ ଚାଲିଛି ମା ଗଜଲକ୍ଷ୍ମୀ ପୂଜା , ମୁଖ୍ୟ ଆକର୍ଷଣ ପାଲଟିଛି ସାଗର ଦୁଲଣୀ ମା ଗଜଲକ୍ଷ୍ମୀ ପୂଜା କମିଟିର ଚାଦୀ ମେଢ଼ । ପ୍ରଥମ ଥର ପାଇଁ ଖୋର୍ଦ୍ଧା ସହରରେ ଆରମ୍ଭ କରିଛନ୍ତି ଚାନ୍ଦି ମେଢ଼ । ୩ କିଲୋ ରୁପା ରେ କଟକର ତାରକସି କାମରେ ନିର୍ମିତ ମୁକୁଟ ଖୁବ୍ ଆକର୍ଷଣୀୟ ଦେଖାଯାଉଛି । କମିଟିର ପରିଚାଳନା ଦାୟିତ୍ୱରେ ଥିବା ସଉରି ବେହେରା , ଭିକାରୀ ଛୁଆଳସିଂହ , ପ୍ରଦୀପ କୁମାର ଦାସ , ରାଜେନ୍ଦ୍ର ଦଳେଇ , ଗୋପୀନାଥ ବେହେରା , ଓ ଯୁବ ଗୋଷ୍ଟି ମାନଙ୍କର ସହଯୋଗ ରେ ପୂଜାମଣ୍ଡପ ଟିକୁ ଅତି ସରସ ସୁନ୍ଦର କରାଯାଇଛି ।