ପରୀ ପାଇଁ ପଦଯାତ୍ରା-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ପରୀ ପାଇଁ ପଦଯାତ୍ରା କରିବା ବିଜେପି । ପରୀ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ଏକ କୁହେଳିକା ମାତ୍ର । ତେଣୁ ପରୀକୁ ନ୍ୟାୟ ନମିଳିବା ଯାଏଁ ବିଜେପିର ଲଢେଇ ଜାରି ରହିବ । ଆସନ୍ତା ୨୦ରୁ ୨୪ ତାରିଖ ଯାଏଁ ଭୁବନେଶ୍ୱରରୁ ପରୀର ଗାଁ ଯଦୁପୁରକୁ ପଦଯାତ୍ରା ଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ବିଜେପି ମହିଳା ମୋର୍ଚ୍ଚାର ଜାତୀୟ ସଭାନେତ୍ରୀ. ଭି. ଶ୍ରୀନିବାସନ, ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର ଓ ବହୁ ନେତା କର୍ମୀ ଏହି ପଦଯାତ୍ରାରେ ସାମିଲ ହେବେ। ପରୀକୁ ନ୍ୟାୟ ନମିଳିବା ଯାଏଁ ବିଜେପି ବିରୋଧ ଜାରି ରଖିବ । ଏସଆଇଟି ତଦନ୍ତ ଉପରେ ବିଜେପିର ମୁଳରୁ ସନ୍ଦେହ ଥିଲା ।ଏହାସହ ଏସାଇଟି ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠର ତଥ୍ୟ ପଦାକୁ ଆସିଲା କେମିତି ବୋଲି ସେ ଅଭିଯୋଗ କରିଛନ୍ତି ।