ଲିଙ୍ଗରାଜ ମନ୍ଦିରେ ରାତି ୧୦ଟାରେ ଉଠିବା ମହାଦୀପ

ଭୁବନେଶ୍ୱର(ଏସ୍ ନ୍ୟୁଜ): ମାର୍ଚ୍ଚ ୧୧ ତାରିଖ ରେ ମହା ଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରେ ସେବାୟତ ନିଯୋଗ ଓ ପୋଲିସ ପ୍ରଶାସନ ମଧ୍ୟରେ ଆଜି ବୈଠକ ସରିଛି । ରାତି ୧୦ଟାରେ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ଜିଲ୍ଲା, ବିଏମସି, ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ମିଳିତ ନିଷ୍ପତ୍ତି ନିଆଯାଇଛି । ଏବର୍ଷ କୋଭିଡ୍ କଟକଣା ମାନି ଭକ୍ତମାନେ ଦୀପ ଜାଳିବେ । ଜାଗର ଦୀପ ଜାଳିବା ପାଇଁ ଶ୍ରଦ୍ଧାଳୁ ଏକତ୍ର ବସିପାରିବେ ନାହିଁ। ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ କିପରି ବାହାରକୁ ଯିବେ, ସେନେଇ ଧ୍ୟାନ ଦିଆଯିବ । ଶ୍ରଦ୍ଧାଳୁ ଦୀପ ଜାଳିବା ବେଳେ ଏକାଠି ରୁଣ୍ଡ ନହେବାକୁ ଗୁରୁତ୍ୱ ଦିଆଯିବ । ଏନେଇ ପୋଲିସ ଫୋର୍ସ ମୁତୟନ ସହ ଟ୍ରାଫିକ୍ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି ।