ମାଲକାନଗିରିରେ ୬ଟି ଗାଁ ଜଳମଗ୍ନ

ମାଲକାନଗିରି(ଏସ୍‌ ନ୍ୟୁଜ): ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ୩ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଜିଲ୍ଳାରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବା ସହ ୬ଟି ଗାଁ ଜଳମଗ୍ନ ହୋଇଛି । ରାଜ୍ୟର ଶେଷ ସୀମା ମୋଟୁ ମୁଗି ପଏଂଟରେ ୭ ଫୁଟର ପାଣି ଲହଡି ମାରୁଥିବା ଜଣାପଡିଛି । ବନ୍ୟା ପାଣି ଯୋଗୁଁ ପୁରୁଣା ମୋଟୁ, ବିନାୟକପୁର, ଅଲଗା, ପେଟା, ମୁରାଳିଗୁଡା ଓ ଜିଲେନଗୁଡା ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ବୁଡି ରହିବା ଫଳରେ ଫସଲ ନଷ୍ଟ ହୋଇଯାଇଛି । ବନ୍ୟା ପ୍ଲାବିତ ଲୋକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି ।