ବାଲେଶ୍ୱର : ପଶ୍ଚିମବଙ୍ଗର ସିଏମ୍ ମମତା ବାନାର୍ଜୀ ବାଲେଶ୍ୱର ପହଞ୍ଚି ସେ ଦୁର୍ଘଟଣାସ୍ଥଳ ବୁଲିଦେଖିଛନ୍ତି । ଏହି ସମୟରେ ସେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିଥିଲେ।
ଦୁର୍ଘଟଣା ସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ସିଏମ ମମତା ନିକଟରେ ଠିଆ ହୋଇଥିବା ରେଳ ମନ୍ତ୍ରୀଙ୍କୁ ଏହି ମାର୍ଗରେ ସୁରକ୍ଷା କବଚ ନଥିବାର କାରଣ ପଚାରିଥିଲେ ।