ନୂଆଦିଲ୍ଲୀ : ରାଜସ୍ଥାନର ଜୟପୁରରେ ୩ ଥର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ମଣିପୁରରେ ଥରେ ଏହା ଅନୁଭୂତ ହୋଇଥିବା ଜଣାଯାଇଛି। ଫଳରେ ଭୟଭୀତ ହୋଇ ଲୋକେ ଘର ଛାଡ଼ି ଖୋଲା ପଡ଼ିଆକୁ ପଳାଇଲେ। ଭୂମିକମ୍ପ ଯୋଗୁ ଉଭୟ ରାଜ୍ୟ ଧନଜୀବନ ହାନୀ ହୋଇଥିବା ନେଇ କୌଣସି ସୂଚନା ମିଳିନି ।
ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନର ଜୟପୁରରେ ପ୍ରଥମ ଭୂମିକମ୍ପ ଭୋର ୪ଟା ୧୦ ମିନିଟ୍ରେ ଅନୁଭୂତ ହୋଇଥିଲା। ଘଣ୍ଟାଏ ମଧ୍ୟରେ ସମୁଦାୟ ୩ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ଥିବା ଜଣାଯାଇଛି।