ଭୁବନେଶ୍ୱର,(ଏସ୍ ନ୍ୟୁଜ):ମାଓ ପୁଣି ତାଣ୍ଡବଲୀଳା ରଚିଲେ । ରକ୍ତ ମୁଖା ହୋଇପଡିଛି ମାଓବାଦୀ। ପୁଣି ଥରେ ମାଓବାଦୀମାନେ ବର୍ବରକାଣ୍ଡ ଘଟିଛି। ଜନ ଅଦାଲତରେ ଡିଆରଜି ଯବାନ ମୁରଲୀ ତାତିଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଲାଲ୍ ବାହିନୀ । ହତ୍ୟା ନେଇ ପୋଷ୍ଟର ଜାରି କରି ସ୍ପଷ୍ଟ କଲେ ମାଓବାଦୀ । ଛତିଶଗଡ ବିଜାପୁରରୁ ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା କରାଯାଇଛି । କୁସୁମପାର ନିକଟରୁ ଏସଆଇଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପିଏଲଜିଏ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିବା ମାଓବାଦୀଙ୍କ ପ୍ରେସ ବିଜ୍ଞପ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ୨୧ ତାରିଖ ଅପରାହ୍ଣ ୩ଟା ବେଳେ ପାଲନାର୍ ଅଞ୍ଚଳର ଡିଆରଜି ଯବାନ SI ମୁରଲୀ ତାତିଙ୍କୁ ନିଜ ଗାଁକୁ ମେଳା ଦେଖିବା ପାଇଁ ଛୁଟିରେ ଜଗଦଲପୁରରୁ ଆସିଥିବା ବେଳେ ମାଓବାଦୀ ଅପହରଣ କରି ନେଇଥିଲେ। ପରିବାର ଲୋକମାନେ ମୁରଲୀଙ୍କ ଖୋଜିବା ପାଇଁ ସରକାରଙ୍କୁ ଗୁହାରୀ ସହ ମାଓବାଦୀ ଛାଡ଼ିଦେବା ପାଇଁ ଅପିଲ୍ କରିଥିଲେ । ହେଲେ ଆକୁଳ ନିବେଦନକୁ କେହି ଶୁଣିନଥିଲେ। ଜଗଦଲପୁରରେ ଅବସ୍ଥାପିତ ଥିଲେ ଏସଆଇ ମୁଲରୀ ତାତି ।
ଅପହରଣର ୩ ଦିନ ପରେ ବି ଯବାନଙ୍କୁ ନେଇ ପୁଲିସ୍ କିମ୍ବା ଛତିଶଗଡ଼ ସରକାର କେହି କିଛି ସୁରାକ୍ ପାଇନଥିଲେ । ମାଓବାଦୀଙ୍କ ପକ୍ଷରୁ ମଧ୍ୟ କୌଣସି ସୂଚନା ବା ସ୍ପଷ୍ଟୀକରଣ ଦିଆଯାଇନଥିଲା । ଯବାନଙ୍କୁ ହତ୍ୟା କରିବା ପରେ ପ୍ରେସ ନୋଟ୍ ଜାରି କରିଛି ପଶ୍ଚିମ ବସ୍ତର ଡିଭିଜନ କମିଟି, ମାଓବାଦୀ । ଗତକାଲି ଜନ ଅଦାଲତରେ ଯବାନଙ୍କୁ ହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି।