କେନ୍ଦୁଝର, (ଏସ୍ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ନିଆଳିଝରଣ ଗାଁରେ ଏକ ଅଜବ ଘଟଣା ଘଟିଛି । ଅନ୍ୟ ଜାତିରେ ବିବାହ କରିବାରୁ ଆଦିବାସୀ ଯୁବକଙ୍କୁ ୨୫ଲକ୍ଷ ୬୦ହଜାର ଜୋରିମାନା କରିଛନ୍ତି ଗ୍ରାମବାସୀ । ଆଦିବାସୀ ଯୁବକ ମହେଶ୍ୱର ବାସ୍କ ନିକଟସ୍ଥ ନାଗାଡାହି ଗାଁର ଜଣେ ଯୁବତୀଙ୍କୁ ୬ମାସ ତଳେ ବିବାହ କରିଥିଲେ । ଯୁବତୀ ଜଣଙ୍କ ଅନ୍ୟ ଜାତିର ହୋଇଥିବାରୁ ବାହାଘର ପରେ ଉଭୟ ବାହାରେ ରହୁଥିଲେ । କରୋନା ପାଇଁ କାମଧନ୍ଦା ବନ୍ଦ ହେବା ପରେ ଗାଁକୁ ଫେରିଥିଲେ ଦୁହେଁ । ତେବେ ଗ୍ରାମବାସୀ ସେମାନଙ୍କୁ ଗାଁରେ ପୁରାଇ ନଦେବା ସହିତ ଗ୍ରାମସଭା ବସାଇ ପରିବାରକୁ ବାସନ୍ଦ କରିବା ସହ ୨୫ଲକ୍ଷ ୬୦ହଜାର ଟଙ୍କା ଜୋରିମାନା କରିଛନ୍ତି । ଯାହାକୁ ଭରଣା କରିବାକୁ ମହେଶ୍ୱର ସକ୍ଷମ ହୋଇନଥିବା ବେଳେ ବାଧ୍ୟ ହୋଇ ନିଜ ସ୍ତ୍ରୀ ଓ ମାଆଙ୍କ ସହ ମାମୁଁ ଘରେ ରହିଛନ୍ତି । ଏନେଇ ଘସିପୁରା ଥାନାର ଏକ ଲିଖିତ ଅଭିଯୋଗ ହୋଇଛି ।