ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଛି ମାଟ୍ରିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ତରଫରୁ ପିଲାମାନଙ୍କ ପରୀକ୍ଷା ଫଳ ଘୋଷଣା କରାଯାଇଛି । କଟକ ବୋର୍ଡ କାର୍ଯ୍ୟାଳୟରେ ଶିକ୍ଷାମନ୍ତ୍ରୀ ପ୍ରମିଳା ମଲ୍ଲିକ ନିଜେ ପୁସ୍ତକ ଉନ୍ମୋଚନ କରିବା ସହ ପିଲାମାନଙ୍କର ପରୀକ୍ଷା ଫଳ ଘୋଷଣା କରିଛନ୍ତି । ତେବେ ଚଳିତବର୍ଷ ଓଡିଶାର ମାଟ୍ରିକ ପାସ୍ ହାର ପ୍ରତିଶତ ରହିଛି । ଚଳିତବର୍ଷ ୫ ଲକ୍ଷ ୪୧ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଛନ୍ତି । ଚଳିତବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ତେବେ ଚଳିତବର୍ଷ ମୋଟ ୩୨୨୨ ସ୍କୁଲରେ ରେଜଲ୍ଟ ଶତ ପ୍ରତିଶତ ରହିଥିବା ସୂଚନା ମିଳିଛି ।

ଚଳିତବର୍ଷ ମୋଟ ପାସ୍ ହାର ୯୬.୪୦ % ରହିଥିବା ବେଳେ ଏଥିରୁ ୪,୧୫୮ ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡସ୍ପୋସ୍ କରିଛନ୍ତି । ଏହାବ୍ୟତୀତ ୨୯,୮୩୮ ଜଣ ପିଲା ଏ୨ ଗ୍ରେଡ ପାଇଥିବା ବେଳେ ବତି୧ରେ ୭୭,୫୬୭ ଏବଂ ବି୨ ଗ୍ରେଡରେ ୧,୧.୭୫୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ପରୀକ୍ଷାରେ ଛାତ୍ରୀଙ୍କ ପାସ୍ ହାର ୯୭.୦୫% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୫.୭୫% । ସେହିପରି କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୯% ରେକର୍ଡ କରାଯାଇଛି । ତେବେ ମାଲକାନାଗିରିରେ ସର୍ବନିମ୍ନ ପାସ୍ ହାର ରେକର୍ଡ କରାଯାଇଛି । ଏହି ଜିଲ୍ଲାରେ ମୋଟ ୯୨. ୬୮% ପିଲା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୩ ମାଟ୍ରିକ (୧୦ମ), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ରେଜଲ୍ଟ ଦିନ ୧୨ଟାରେ ଜାଣିପାରିବେ । ନିଜ ମୋବାଇଲରୁ ପରୀକ୍ଷା ଫଳ ଜାଣିବାକୁ ହେଲେ OR10 ନିଜର ରୋଲ୍‌ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସ୍‌ଏମ୍‌ଏସ୍‌ କଲେ ପରୀକ୍ଷାଫଳ ଜାଣିପାରିବେ ଛାତ୍ରଛାତ୍ରୀ । ଏହା ବ୍ୟତୀତ ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.in ରେ ମଧ୍ୟ ପରୀକ୍ଷାଫଳ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ୍ ଓ ମୋବାଇଲ ଏମଏସଏସ ଜରିଆରେ ଦିନ ୧୨ଟା ପରେ ପରୀକ୍ଷା ଫଳ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।