ମେ ୨୬ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ । ୧୧ଟା ୩୦ ସୁଦ୍ଧା ୱେବସାଇଟ୍‌ରେ ରେଜଲ୍ଟ ମିଳିବ । ଇଣ୍ଟରନେଟ୍‌ ସୁବିଧା ନ ଥିଲେ ଏସ୍‌ଏମ୍‌ଏସ୍‌ରେ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଏଥିସହ ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ଛାତ୍ରଛାତ୍ରୀ www.bseodisha.ac.inରେ ଲଗ୍ ଇନ୍ କରି ରେଜଲ୍ଟ ଜାଣିପାରିବେ।