ଭୁବନେଶ୍ୱର: ପାଣିପାଗ ବିଭାଗରୁ ସୂଚନା ପ୍ରକାଶତ ହୋଇଛି । ଫେବ୍ରୁଆରି ୧୯ରୁ ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ତାନରେ ହାଲକା ବର୍ଷା ହେବାର ଆଶଙ୍କା କରାଯାଉଛି । ୨୦ ତାରିଖରୁ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ବିସ୍ତାରିତ ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା ଓ କଟକରେ ୫ରୁ ୧୫ ମିମି ପର୍ଯ୍ୟନ୍ତ ବର୍ଷା ହେବାର ସୂଚନା ମିଳିଛି ପାଣିପାଗ ବିଭାଗରୁ ।
ଅନ୍ୟପଟେ ଦକ୍ଷିଣ ଓଡିଶାର ଆଭ୍ୟନ୍ତରୀଣ ଅଞ୍ଚଳ ଯେମିତି ଗଞ୍ଜାମ, ଗଜପତି ଓ ଫୁଲବାଣୀ ଜିଲ୍ଲା ଗୁଡିକରେ ଅଳ୍ପ ବର୍ଷା ହୋଇପାରେ ଭଦ୍ରକ ଓ ମୟୂରଭଞ୍ଜରେ ୧୯ରେ ପାଗ ମେଘୁଆ ସହ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହୁଛି । ଢେଙ୍କାନାଳ, କେନ୍ଦୁଝର ଓ ଯାଜପୁରରେ ଭଳି ସ୍ଥାନରେ ଅଳ୍ପ ବର୍ଷା ହୋଇପାରେ ।