ବିଧାନସଭାରେ ଖଣି ତାତି

ଭୁବନେଶ୍ଵର( ଏସ୍ ନ୍ଯୁଜ): ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିବସ। ଆରମ୍ଭ ରୁ ଖଣି ଦୁର୍ନୀତି କଥା ଉଠାଇଲେ ଵିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଲକ୍ଷେ କୋଟି ଟଙ୍କା ଖଣି ମାଫିଆ ଓ ଅଫିସର ଲୁଟି ନେଇଛନ୍ତି। ଖଣି ଲିଜରେ ଦୁର୍ନୀତି ହୋଇଛି। ମୁଷ୍ଟିମେୟ ଅଫିସରଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ଏପରିକି ଦୁର୍ନୀତି ସମ୍ପର୍କରେ ମୁଁ ବାରମ୍ବାର ଚିଠି ଲେଖିଛି। ଚିଠି ପ୍ରାପ୍ତି ସ୍ବୀକାର ମିଳୁନି। କିଛି ଅଫିସର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିଠି ନପହଞ୍ଚିବାରେ ଚକ୍ରାନ୍ତ କରୁଛନ୍ତି। ଖଣି ଲିଜ ନବୀକରଣ ଓଡିଶା ପାଇଁ ଆତ୍ମଘାତୀ।

ସେହିପରି ସିରାଜୁଉଦିନ କମ୍ପାନୀ ନାଁରେ ଭିଜିଲାନ୍ସ ମାମଲା ହେଲା ପରେ ଓ ତାଙ୍କୁ କିପରି ଲିଜ ମିଳିଲା । ରୁଙ୍ଗଟା ମାଇନ୍ସ ନାଁ ରେ ବି MMDR ଆକ୍ଟରେ ବି ମାମଲା ଅଛି । ସେମାନଙ୍କ ନାଁ ରେ କପରି ଖଣି ଲିଜ ନବୀକରଣ ହେଲା । ଏଥିରେ ଅଯୋଗ୍ୟଙ୍କୁ ଖଣି ଲିଜ ଅବଧି ବୃଦ୍ଧି ହେଲା କିପରି । ଯେଉଁ ଅଧିକାରୀ ଏମିତି କରିଛନ୍ତି ସେମାନଙ୍କ ନାଁରେ କଡା କାର୍ଯ୍ୟନୁଷ୍ଠାନ ହେଉ। ୨୧ଟି ମାଇନ୍ସ ଉପରେ ଆଲୋଚନା ହେଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।

ଅନ୍ୟପଟେ ଖଣି ଦୁର୍ନୀତିକୁ ନେଇ ବିରୋଧୀ ଶାସକ ମୁହାଁମୁହିଁ ହୋଇଥିବା ବେଳେ ଏ ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କୁ ଜବାବ ରଖିଲେ ବିଜେଡି ବିଧାୟକ ପ୍ରତାପ ଦେବ। ୨୦୧୫-୧୬ ରେ ପିଉସ ଗୋଏଲ ଓ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଆସି କହିଲେ ଓଡିଶା ଖଣି ରାଜସ୍ବରୁ ଲକ୍ଷାଧିକ ଟଙ୍କା ପାଇବ। ହେଲେ କେତେ ଟଙ୍କା ଓଡିଶାକୁ ମିଳିଲା। ଖଣି ନିଲାମ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ହୋଇଛି। କିଛି ଲୁଚାଯାଉନାହିଁ। ସି.ଇ .ସି ତଦନ୍ତ ବେଳେ କାହିଁକି କଂଗ୍ରେସ ତଥ୍ୟ ରଖି ନ ଥିଲା। ନିର୍ଦ୍ଧିଷ୍ଟ ତଥ୍ୟ ଥିଲେ ବିରୋଧୀ ଦିଅନ୍ତୁ। ଏହାକୁ ନେଇ ରାଜନୀତିକରଣ କରା ନଯାଉ ଆଲୋଚନା କରାଯାଉ। ଏହାକୁ ନେଇ ନରସିଂହ ମିଶ୍ର ଓ ପ୍ରତାପ ଦେବ ମୁହାଁମୁହିଁ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ କଥା କଟକଟି ହୋଇଛି ।

ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ୯ଟି ଖଣିରେ ୩୬୦୦ କୋଟି ରାଜସ୍ବ କ୍ଷତି ହୋଇଛି। ଏକଥାକୁ ବିଚାର କରାଯାଉ। ଏହାସହ ନଉଗାଁ ଆଇରନ, ଉଚପାଲି, ବଳଦା ,ମାଇନିଂ, ଠାକୁରାଣୀ ଆଇରନ, ନଇଡା ଆଇରନ, ନଦିଢ଼ି ଆଇରନ, ଜୁରିଡ଼ି ଆଇରନ,ନାରାୟଣ ପୋଷି ଖଣି ନାଁ ରେ ଅଭିଯୋଗ କରିଥିଲେ ନରସିଂହ ।