ଭୁବନେଶ୍ୱର(ଏସ୍ ନ୍ୟୁଜ): ଆନ୍ଧ୍ର ଓଡିଶା ସୀମା ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ସେ କହିଛନ୍ତି ଯେ ସୀମା ବିବାଦ ସମସ୍ୟା ସମ୍ପର୍କରେ ଚାଲିଛି ଉଭୟ ରାଜ୍ୟର ପ୍ରଶାସନିକ ଆଲୋଚନା ଚାଲିଛି । ଆନ୍ଧ୍ର ପ୍ରଦେଶର ସ୍ଥାନୀୟ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମଧ୍ୟରେ ଆଲୋଚନା ହେଉଛି ଲ ଖୁବଶୀଘ୍ର ବିବାଦର ସମାଧାନ ହୋଇଯିବ ।ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପରେ ଖୁଣ୍ଟ ଉଠିଛି , ଶାନ୍ତି ପୂର୍ଣ୍ଣ ଆଲୋଚନା ମାଧ୍ୟ୍ୟମରେ ସମାଧାନ ହେବ ।

ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛି କଂଗ୍ରେସ। ସୀମାରେ ଯେତେ ରାଜ୍ୟ ଅଛନ୍ତି ଓଡ଼ିଶାର ଜମିକୁ ମାଡି ବସୁଛନ୍ତି। ସରକାର ଗରିବ ମାନଙ୍କ ପାଇଁ ଯାହା କରିବା କଥା କରୁନାହାନ୍ତି। ବିଧାନସଭା ସବୁ ବର୍ଷ କଥା ଉଠୁଛି କିନ୍ତୁ ରାଜ୍ୟ ସରକାର ଆଜି ଯାଏ ସୀମା ବିବାଦର ସମାଧାନ କରିପାରିଲେ ନାହିଁ। ୧୯୩୬ ରେ ଓଡ଼ିଶାର ଯୋଉ ଜାଗା ଥିଲା ତାକୁ ବି ବଞ୍ଚେଇ ପାରୁନାହାନ୍ତି ସରକାର । ତେଣୁ ଏହାର ଖୁବଶୀଘ୍ର ସମାଧାନ କରାଯାଉ ବୋଲି ସରକାରଙ୍କୁ ଅନୁରୋଧ କରିଛି କଂଗ୍ରେସ। ଓଡ଼ିଶାର ଜମିକୁ ଓଡିଶାକୁ ଫେରାନ୍ତୁ ଓ ବର୍ଡରର ଲୋକଙ୍କୁ ସରକାର ସହାୟତା ଦିଅନ୍ତୁ ବୋଲି ଦାବି କଲା କଂଗ୍ରେସ। ଯଦି ସରକାର ନିଜ ଜମିକୁ ରଖି ପାରୁନାହାନ୍ତି ତାହେଲେ ତୁରନ୍ତ ଗାଦି ଛାଡିବାକୁ ଆହ୍ୱାନ ଦେଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।