ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କରୋନା

ଭୁବନେଶ୍ବର: ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଏବଂ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡ଼ିଆ ପୋଷ୍ଟ ଜରିଆରେ ଜଣାଇଛନ୍ତି।

https://twitter.com/SusantaSingh11/status/1295265215097913344?ref_src=twsrc%5Etfw

ସୁଶାନ୍ତ ଟ୍ବିଟରରେ ଲେଖିଛନ୍ତି ଯେ, ‘ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୋର ସ୍ଥ୍ୟାବସ୍ଥା ସମ୍ପୁର୍ଣ୍ଣ ସ୍ଥିର ଅଛି। ନିକଟରେ ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ସଙ୍ଗରୋଧରେ ରହିବା ସହ ଟେଷ୍ଟ କରେଇନେବାକୁ ଅନୁରୋଧ କରୁଛି’। ସୂଚନାଯୋଗ୍ୟ, ମନ୍ତ୍ରୀ ସୁଶାନ୍ତ ସିଂ ଦୁଇଦିନ ତଳେ ବାଲେଶ୍ୱର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସୁଶାନ୍ତଙ୍କ ପୂର୍ବରୁ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ସମ୍ବାଦ ଖବରକାଗଜ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭଳି ରାଜନେତା କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇସାରିଛନ୍ତି।