ପ୍ରକାଶ ପାଇଲା ମନ୍ତ୍ରୀଙ୍କସମ୍ପତ୍ତିତାଲିକା

ଓଡ଼ିଶାର ମୁଖ୍ୟମନ୍ତ୍ରୀସର୍ବାଧିକଧନୀ

ଭୁବନେଶ୍ୱର : ଦୀର୍ଘ ୨ ବର୍ଷ ପରେ ପ୍ରକାଶ ପାଇଲା ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା । ୱେବ୍‌ସାଇଟ୍‌ରେ ୨୦୨୧ ବର୍ଷର ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ଉପଲବ୍ଧ । ସମସ୍ତ ମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ୱେବ୍‌ସାଇଟ୍‌ରେ ଉପଲବ୍ଧ। ପ୍ରକାଶିତ ତାଲିକା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ଧନୀ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୬୪. ୮୭ କୋଟି ଟଙ୍କା ରହିଛି। ଫାର୍ମହାଉସ ବିକିଥିଲେ ମଧ୍ୟ ସର୍ବାଧିକ ଧନୀ ଭାବେ ନିଜର ସ୍ଥାନ ବଜାୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ।ଏହି ଫାର୍ମ ହାଉସ ବିକିଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରାୟ ୯ କୋଟିର ଆରବିଆଇ ବଣ୍ଡ, କୋଟିଏ ଟଙ୍କାର ପୋଷ୍ଟାଲ ସେଭିଙ୍ଗ ଓ ପ୍ରାୟ ୧ କୋଟି ୧୧ ଲକ୍ଷ ଟଙ୍କାର ଟର୍ମ ଡିପୋଜିଟ ରଖିଛନ୍ତି।