ରାଜ୍ୟରେ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟରେ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ଆଜି ଗୁଇନ୍ଦା ନିର୍ଦେଶକ ବଦଳାଇଲେ ରାଜ୍ୟ ସରକାର। ଗୁଇନ୍ଦା ନିର୍ଦେଶକ ଲଳିତ ଦାସ ହେଲେ ଗୃହ ବିଭାଗ ଓଏସଡି। ଏଡିଜି ଆର.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦେଶକ ଅତିରିକ୍ତ ଦାୟିତ୍ବ। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଇନ୍ଦା ବିଭାଗ ନିର୍ଦେଶକ ଥିବା ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରାଯାଇଛି। ଏହା ସହିତ ଏଡିଜି ଆର୍‌.ପି କୋଚେଙ୍କୁ ଗୁଇନ୍ଦା ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏଡିଜି ଏସଏପି ସହ କୋଚେ ଗୁଇନ୍ଦା ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ବ ତୁଲାଇବେ ବୋଲି ଜଣାପଡ଼ିଛି।