ଅଡିଓକୁ ନେଇ ଜୀବନ ପ୍ରଦୀପ ଦାଶଙ୍କ ପ୍ରତିକ୍ରିୟା

ବାଲେଶ୍ୱର: ବିଜେଡିରୁ ନିଲମ୍ବିତ ହୋଇଥିବା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ଭାଇରାଲ ଅଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ବାଲେଶ୍ୱର ସଦର ଆସନରୁ ତାଙ୍କୁ ପ୍ରାର୍ଥୀ କରା ନଯିବାକୁ ନେଇ ସେ ଜଣେ କର୍ମୀଙ୍କ ସହିତ କଥା ହେଉଛନ୍ତି । ଅନୁମାନ କରାଯାଉଛି ଏହି ଅଡିଓ ଆଧାରରେ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ। ତେବେ ଭାଇରାଲ ଅଡିଓ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜୀବନ ପ୍ରଦୀପ ଦାଶ। ସେ କହିଛନ୍ତି ଅଡିଓରେ ବ୍ୟବହୃତ ଭାଷା ପାଇଁ ସେ ଅନୁତପ୍ତ ।

ସୂଚନା ଅନୁସାରେ ଗୁରୁବାର ତାଙ୍କୁ ନିଲମ୍ବନ ପରେ ଶୁକ୍ରବାର ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଜୀବନ ପ୍ରଦୀପ । ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ଗତ କିଛିଦିନ ଧରି ସେ ଦଳର ନେତୃମଣ୍ଡଳୀଙ୍କ ଦ୍ୱାରା ଅପମାନ ଓ ନିର୍ଯାତନାର ଶିକାର ହୋଇଥିଲେ।