ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି କରିବାର ସୁପାରିଶ କ୍ଷମତା ପ୍ରଦାନ କରି ରାଜ୍ୟର ବିଜେପି ସରକାର ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ଓ ସାଂସଦଙ୍କୁ ଭଲ ଦି’ ପଇସା ରୋଜଗାର କରିବାର ବାଟ ଦେଖାଇଚନ୍ତି । ପ୍ରତି ବିଧାୟକ ଓ ସାଂସଦମାନେ ଅନ୍ୟୁନ ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି କରିପାରିବେ ।
ଏହି ନିର୍ଦ୍ଦେଶନାମା ଜାରି ପରେପରେ ବିଧାୟକ ଓ ସାଂସଦଙ୍କ ଘର ଆଗରେ ବଦଳି ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଭିଡ଼ ଜମାଉଛନ୍ତି । ବିଧାୟକ ଓ ସାଂସଦମାନେ ଅଣନିଃଶ୍ୱାସୀ ହୋଇ ଯାଉଛନ୍ତି ।
ଶିକ୍ଷକଙ୍କ ବଦଳି ସୁପାରିଶ କରୁକରୁ ତାଙ୍କର ସମୟ ଚାଲିଯାଉଚି, ଅନ୍ୟ ଲୋକଙ୍କ ହାରି ଗୁହାରି ଶୁଣିବାକୁ ସେମାନଙ୍କ ପାଖରେ ସମୟର ଘୋର ଅଭାବ ଦେଖାଦେଲାଣି । ଶାସକ ଦଳର କିଛି ବିଧାୟକ ଓ ସାଂସଦ ରାତିରେ ଭଲ କରି ଶୋଇ ପାରୁନାହାନ୍ତି ବୋଲି ଶୁଣିବାକୁ ମିଳୁଛି ।