ମୋନା ପକ୍ଷରୁ ନିଶା ବିରୋଧରେ ସଚେତନତା ବୈଠକ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ପଶ୍ଚିମବଂଗରୁ ବ୍ୟାପକ ମାଦକ ଦ୍ରବ୍ୟ ଓଡିଶାକୁ ପ୍ରତିଦିନ ଆସୁଥିବା ବେଳେ ଏହା ବିରୋଧରେ ଜନମତ ସୃଷ୍ଟି ଓ ସଚେତନତା ଲାଗି ଆଜି ମୋନା ପକ୍ଷରୁ ଦିଗମ୍ବରୀଦେବି ଗ୍ରୁପ ଅଫ ଇନିଷ୍ଟିଚ୍ୟୁଟ ଶିଳ୍ପ ତାଲିମ କେନ୍ଦ୍ର ପରିସରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଦିଲ୍ଲିପ କୁମାର ଗିରି ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ତଥା ସମାଜସେବୀ କିଷାନ ପଟ୍ଟନାୟକଙ୍କ ସହଧର୍ମୀଣୀ ବାଣିଦାସ, ମୋନାର ଅନ୍ୟତମ ମୁଖ୍ୟ ମଳୟ ତ୍ରିପାଠୀ, କର୍ମଚାରୀ ସଂଗଠନର ସୁଭେନ୍ଦୁ ରାଉତରାୟ, ତପସ୍ୱିନୀ କର, ଡ. ଅଜିତ୍‌ ମହାନ୍ତି ପ୍ରମୁଖ ନିଶା ନିବାରଣରେ ସଚେତନତାର ଅଭାବ ଓ ଏଥିଲାଗି ସରକାରୀ ଉଦାସିନତୀକୁ ଦାୟୀକରି ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ନୀଳକଣ୍ଠ ଖଣ୍ଡା, ସୀତାଂଶୁ ସେନାପତି, ଡ, ଲଳୀତ ସେନାପତି, ମମି ପଣ୍ଡା, ନିର୍ମାଳା ମହାନ୍ତି, ସୁମନ୍ତ ଘୋଷ, ଭାସ୍କର ମିଶ୍ର, ରବିନ୍ଦ୍ର ସେନାପତି, ସୁକୁମାର ରଣା, ଅଶୋକ ଜେନା, ରାଜେଶ ମହାନ୍ତି , ନଳୀନୀ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।