ସାରା ରାଜ୍ୟକୁ ଛୁଇଁଲା ମୌସୁମୀ

ଭୁବନେଶ୍ବର : ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି। ଆସନ୍ତା ୨୬ ତାରିଖ ବେଳକୁ ବର୍ଷା ବଢିବା ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ମୌସୁମୀ ଅଧିକ ସକ୍ରିୟ ହେବ । ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆସନ୍ତା ୫ ଦିନ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଜୁନ ୧ରୁ ଅଦ୍ୟାବଧି ରାଜ୍ୟରେ ୮୮.୭ ମିଲିମିଟର ବର୍ଷା ହୋଇଛି । ଏହା ସ୍ୱାଭାବିକ ଠାରୁ ୩୯% କମ୍। ୨୧ ଜିଲ୍ଲାରେ ୫୯% କମ୍‌ ବର୍ଷା ହୋଇଛି ।