ଭୁବନେଶ୍ୱର ଏମ୍ସର ୩୦୦ରୁ ଅଧିକ କର୍ମଚାରୀ ପଜିଟିଭ

 ଭୁବନେଶ୍ୱର: ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ନର୍ସ ଓ ପାରା ମେଡିକାଲ ଷ୍ଟାଫ୍। ଜାନୁଆରୀ ୧ରୁ ଆଜି ପର୍ଯ୍ୟନ୍ତ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ନେଇ ଏମ୍ସ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁସାରେ ୭୦ରୁ ଅଧିକ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୦ ନର୍ସିଂ କର୍ମଚାରୀ ଓ ୯୦ରୁ ଅଧିକ ଅନ୍ୟ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ୨୦ ଜଣ ଛାତ୍ରଛାତ୍ରୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଆଇସୋଲେସନ୍‌ରେ ଥିବା ବେଳେ ପ୍ରାୟ ୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ କାର୍ଯ୍ୟକୁ ଫେରିଥିବା କହିଛନ୍ତି ଏମ୍ସର ଅତିରିକ୍ତ ଅଧୀକ୍ଷକ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ।  ଓପିଡି ବନ୍ଦ ନେଇ ଭୁବନେଶ୍ୱର ଏମ୍ସ୍ ପକ୍ଷରୁ ୨ ଦିନ ପୂର୍ବେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରିକାଳୀନ ସେବା ଚାଲୁ ରହିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ।