ଆମ ମା’ ପରପୁରୁଷ ସହ ରଖୁଛନ୍ତି ଅନୈତିକ ସମ୍ପର୍କ: ଅଭିଯୋଗ ଆଣିଲେ ଭାଇ-ଭଉଣୀ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ମା’ ରଖିଛନ୍ତି ପରପୁରୁଷ ସହ ଅନୈତିକ ସମ୍ପର୍କ । ବାହାର ଲୋକ ଘରକୁ ଆସୁଛନ୍ତି । ଆଉ ମଦ ପିଇ ଆପତ୍ତିଜନକ କାମ କରୁଛନ୍ତି । ମା’ ନାରେ ଏମିତି ଏକ ସାଂଘାତିକ୍‌ ଅଭିଯାଗ ଆଣିଛନ୍ତି ତାଙ୍କ ପୁଅ-ଝିଅ । ଏନେଇ ଝିଅ ଜଣକ ଭିଡିଓ ମଧ୍ୟ ସେଆର କରିଛନ୍ତି । ଏପରିକି ଭୁବନେଶ୍ୱରରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି ପୀଡ଼ିତ ଭାଇ-ଭଉଣୀ । ନିଜ ମା’ ନିର୍ଯାତନା ଦେଉଥିବା ନେଇ ନାବାଳିକା ପୁଅ-ଝିଅ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ମା’ଙ୍କ ଏକାଧିକ ପରପୁରୁଷଙ୍କ ସହ ସମ୍ପର୍କ ରହିଛି । ସେମାନେ ଅଧିକାଂଶ ସମୟ ଘରକୁ ଆସୁଛନ୍ତି । ଏନେଇ ବିରୋଧ କରିବାରୁ ତାଙ୍କ ମା’ ମାଡ଼ ମାରିବା ସହ ଶାରୀରିକ ନିର୍ଯାତନା ଦେଉଛନ୍ତି । ବାପା ଜେଲରେ ଥିବାରୁ ମା’ଙ୍କୁ କେହି ଅଟକାଇ ପାରୁନାହାନ୍ତି । ଏମିତିକି ତାଙ୍କ ପୁରୁଷବନ୍ଧୁମାନେ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଏତଲାରେ ଉଲ୍ଲେଖ ହୋଇଛି । ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ କେସ ନଂ ୩୪୫/୨୧ରେ ଏକ ମାମଲା ରୁଜୁ କରିବା ସହ ନାବାଳିକାର ଡାକ୍ତରମାଇନା କରାଇ ଚାଇଲ୍ଡଲାଇନ୍‌ଙ୍କୁ ହସ୍ତାନ୍ତର କରିଦେଇଛି । ଝିଅର ଅଭିଯୋଗ ଅନୁସାରେ, ବାପା ୨୦୧୩ ମସିହାରେ ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ଏହାପରେ ମା’ ସୋସିଆଲ ମିଡ଼ିଆ ବ୍ୟବହାର କରିବା ଆରମ୍ଭ କରିଥିଲେ । ୨୦୧୭ ମସିହାରେ ସୋସିଆଲ ମିଡିଆ ଜରିଆରେ ମା’ ବିଭିନ୍ନ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଘରକୁ ଡାକି ଶାରୀରିକ ସମ୍ପର୍କ ରଖୁଥିଲେ । ଏମିତିକି ଏକାଧିକ ବ୍ୟକ୍ତିଙ୍କ ସହିତ ମା’ଙ୍କ ସମ୍ପର୍କ ରହିଛି । ସେମାନେ ସବୁ ଘରକୁ ମଧ୍ୟ ଆସନ୍ତି । ଘରକୁ ଆସୁଥିବା ଯୁବକଙ୍କ ସହ ମିଶି ମା’ ମଦ ପିଅନ୍ତି । ପରେ ମା’ଙ୍କ ସହ ସମ୍ପର୍କ ରଖିବା ପରେ ମୋତେ ଅଶ୍ଲୀଳ ଇଙ୍ଗିତ କରିବା ସହ ଅସଦାଚରଣ କରୁଥିବା ଝିଅ କହିଛନ୍ତି । ସେ ଆହୁରି କହିଛନ୍ତି, ଚନ୍ଦନ ନାମକ ଜଣେ ବ୍ୟକ୍ତି ମା’ଙ୍କୁ ମଦ ପିଆଇ ବେହୋସ କରିବା ପରେ ମୋ ଦେହ ଓ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ତାଙ୍କ ଭାଇ ଆସିଯିବାରୁ ସେ ବଞ୍ଚିିଯାଇଥିଲେ । ସେହିପରି ବିଅର ଫ୍ୟାକ୍ଟ୍ରିରେ କାମ କରୁଥିବା ଅନ୍ୟଜଣେ ଯୁବକ ତାଙ୍କ ମାଙ୍କୁ ନିଦ ବଟିକା ଖୁଆଇ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ବୋଲି ଝିଅ ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ମା’ ଅନେକ ସମୟରେ ଝିଅ ପ୍ରତି ଅତ୍ୟାଚାର କରନ୍ତି । ତାଙ୍କ ପାଖକୁ ଆସୁଥିବା ବ୍ୟକ୍ତିମାନେ ଝିଅ ସହ ଖରାପ କାମ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏସବୁରେ କୌଣସି ପ୍ରତିବାଦ କରନ୍ତି ନାହିଁ ମା’ । ଗତ ୩ବର୍ଷ ହେବ ମା’ଙ୍କ ଏଭଳି ଅତ୍ୟା·ର ବୃଦ୍ଧିପାଇଥିବା ଝିଅ କହିଛନ୍ତି । ଅନ୍ୟପକ୍ଷେ ଏନେଇ ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖି ନାବାଳିକାଙ୍କ ମା’ କହିଛନ୍ତି, ସ୍ମୃତି ରଞ୍ଜନ ମହାନ୍ତି ନାମକ ଜଣେ ବ୍ୟକ୍ତି ପୂର୍ବରୁ ତାଙ୍କ ଘରକୁ ଆସୁଥିଲେ । ତାଙ୍କ ନାମରେ ଏବେ ବିଭିନ୍ନ ଥାନାରେ ମାମଲା ରହିଛି । ସେ ମୋ ନାବାଳିକା ଝିଅକୁ ନିଜ ପ୍ରେମସମ୍ପର୍କରେ ଫସାଇ ଏଭଳି ଷଡ଼ଯନ୍ତ୍ର କରିଛନ୍ତି । ଏମିତିକି ସେ ମୋତେ ନିଦ ବଟିକା ଖୁଆଇ ମୋ ଝିଅଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ଏହାର ବାରଣ କରି ମୁଁ ମୋ ଝିଅଙ୍କୁ ମାଡ଼ ମାରିଥିଲି ।