କେନ୍ଦ୍ରାପଡ଼ାକୁ ସେବାର କେନ୍ଦ୍ର କରିବେ ସାଂସଦ

କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଦାନପୁର …

କଟକ: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଦାନପୁର ପଂଚାୟତ ରଜାଙ୍ଗ ଅଂଚଳରେ ସୋମବାର ମଲଟି ସ୍ପେସାଲିଟି ଦାତବ୍ୟ ଚିକିସôାଳୟ ପାଇଁ ଭୂମି ପୂଜନ ଓ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଓ ସତ୍ୟସାଇ ସେବା ଟ୍ରଷ୍ଟ ପକ୍ଷରୁ ସ୍ୱାମୀଜୀ ମଧୂସୁଦନ ସାଇଙ୍କ କରକମଳରେ ଏହି ଭୂମି ପୂଜା ଉସôବ ଅନୁଷ୍ଠିତ ହୋଇଥିଲା । ଫଳରେ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଥିବା ବେଳେ ସାଂସଦଙ୍କ ପ୍ରଚେଷ୍ଟାକୁ ଅଂଚଳବାସୀ ସାଧୁବାଦ ଜଣାଇଛନ୍ତି । ପ୍ରଶାନ୍ତି ବାଲ ମନ୍ଦିର ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ମଲଟିସ୍ପେସାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିବା ପରେ ସାଂସଦ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ଫଳରେ ଏହି ଦାତବ୍ୟ ଚିକିସôାଳୟ ପାଇଁ ଆବଶ୍ୟକୀୟ ୧୦ ଏକର ଜମି ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ଜିଲ୍ଲା ପ୍ରଶାସନ ପ୍ରଶାନ୍ତି ବାଲ ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତର କରିଥିଲେ । ସୋମବାର ପୂର୍ବାହ୍ନରେ ସାଂସଦ ଶ୍ରୀ ପଣ୍ଡା ଓ ଟ୍ରଷ୍ଟ ପକ୍ଷରୁ ସ୍ୱାମୀଜୀ ମଧୂସୁଦନ ସାଇ ରଜାଙ୍ଗ ଠାରେ ଭୂମି ପୂଜନ କରିଥିଲେ । ଏହି ଅବସରରେ ସାଂସଦ ଶ୍ରୀ ପଣ୍ଡା କହିଥିଲେ ଯେ, ଏହି ବହୁ ପ୍ରତିକ୍ଷୀତ ଦାତବ୍ୟ ଚିକିସôାଳୟ ପ୍ରତିଷ୍ଠା ହେବା ଜିଲ୍ଲା ସ୍ୱାସ୍ଥ୍ୟ ସେବାର ଏକ ବିପ୍ଲବ । ଏହି ଚିକିସôାଳୟ ନିର୍ମାଣ କାର୍ଯ୍ୟ ଏକ ବର୍ଷ ମଧ୍ୟରେ ଶେଷ କରାଯିବା ସହ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଜନସାଧାରଣ ସମ୍ପୂର୍ଣ୍ଣ ମାଗଣା ଚିକିସôା ସେବା ପାଇ ପାରିବେ ବୋଲି ସ୍ୱାମୀଜୀ ମଧୂସୁଦନ ସାଇ କହିଥିଲେ ।

ପ୍ରାରମ୍ଭରେ ଦୁର୍ଗା ମାଧବ ପଣ୍ଡା ବେଦ ପାଠ କରିଥିବା ବେଳେ ପ୍ରକଳ୍ପ ପରିଚାଳକ ଭରତ କୁମାର ଜୀ ପ୍ରକଳ୍ପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରଶନ୍ନ ନାୟକ, ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ା, ଗୀତାଞ୍ଜଳି ସେଠୀ, ଉମାକାନ୍ତ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପଣ୍ଡା, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ଡ଼ କଳ୍ପନା ମଲ୍ଲିକ, ଲଳିତ ବେହେରା ଓ ସୁମନ୍ତ ଘଡ଼େଇ ପ୍ରମୁଖ ସାମିଲ ହୋଇଥିଲେ । କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟର ଉପସ୍ଥିତ ରହି ପ୍ରକଳ୍ପ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।