ରାଜ୍ୟରେ ପୌର ନିର୍ବାଚନ ମାମଲା ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

କଟକ:,(ଏସ୍‌ ନ୍ୟୁଜ): ରାଜ୍ୟରେ ପୌର ନିର୍ବାଚନ ବିଳମ୍ବ ମାମଲାରେ ୩ଟି ପୃଥକ ରିଟ୍ ପିଟିସନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ହାଇକୋର୍ଟ। ପୌରାଞ୍ଚଳ ନିର୍ବଚନର କାର୍ଯ୍ୟକାଳ ୨୦୧୯ରୁ ଶେଷ ହୋଇଛି। କଟକ, ଭୁବନେଶ୍ୱର କର୍ପୋରେସନ ତରଫରୁ ଦାଖଲ ହୋଇଥିଲା ପିଟିସନ୍ । ଏହା ବ୍ୟତୀତ ପୁରୀ ମ୍ୟୁନିସିପାଲଟି ତରଫରୁ ପିଟିସନ ଦାଖଲ ହୋଇଥିଲା । ୪ ସପ୍ତାହ ମଧ୍ୟରେ ମୁଖ୍ୟ ଶାସନ ସଚିବ, ରାଜ୍ୟ ନିର୍ବାଚନ କମିଶନଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ କରିଛନ୍ତି। ଏନେଇ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।