ଘଟଗାଁ, (ଏସ୍ ନ୍ୟୁଜ): ଅଜଣା ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି ୫ ଅଭିଯୁକ୍ତ । ଉକ୍ତ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଦୁଇ ଜଣ ଅଜଣା ବ୍ୟକ୍ତି କମଳାବାହାଳୀ ଗ୍ରାମର ସନାତନ ନାଏକଙ୍କ ଘରେ କୌଣସି ପରିଚୟ ଦେଇ ରହିଥିଲେ । ପରେ ସନାତନ ଓ ଉକ୍ତ ଅଜଣା ବ୍ୟକ୍ତିଙ୍କ ସାଙ୍ଗରେ ତାଳଡିହି ଛକକୁ ବୁଲିବାକୁ ଯାଇଥିଲେ । ସେଠାରୁ ଘରକୁ ଫେରିବା ସମୟରେ ଅଧା ରାସ୍ତାରେ ଅଜଣା ବ୍ୟକ୍ତି ଜଣଙ୍କ ସନାତନକୁ ମୋବାଇଲ ମାଗିଥିଲେ । ଟର୍ଚ୍ଚ ଲଗାଇ ଶୌଚ ହେବାକୁ ଯାଇଥିଲେ । ସନାତନ ଉକ୍ତ ବ୍ୟକ୍ତିକୁ ନିଜ ମୋବାଇଲ ଦେଇଥିଲେ । କିନ୍ତୁ ଶୌଚ କରିବାକୁ ଯାଇ ବ୍ୟକ୍ତି ଜଣଙ୍କ ନ ଫେରିବାରୁ ଅନେକ ଖୋଜାଖୋଜି ପରେ ରାଗିଯାଇ ଘରକୁ ଫେରିଆସି ଅନ୍ୟ ଅଜଣା ବ୍ୟକ୍ତିଙ୍କୁ ଫେରିନଥିବା ବ୍ୟକ୍ତିର ପରିଚୟ ପଚାରିବା ସହ ଝଗଡ଼ା କରିଥିଲେ । ଉକ୍ତ ବ୍ୟକ୍ତି ପରିଚୟ ନଦେବାରୁ ସନାତନ ଚୋର ଭାବି ରାଗିଯାଇ ଗ୍ରାମର ୫ ଅଭିଯୁକ୍ତ ଉକ୍ତ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଥିଲେ ।
ମୃତଦେହକୁ ଗାଁ ନିକଟରେ ଥିବା ନାଳ ଭିତରେ ପଥର ଚାପି ରଖିଥିଲେ । ଦୁର୍ଗନ୍ଧ ହେବାରୁ ଗାଁ ଲୋକେ ମୃତଦେହ ପାଣି ଭିତରେ ଚପାଯାଇଥିବା ଦେଖିବାକୁ ପାଇଥିଲେ । ପରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଚଳାଇଛି ।
Next Post