ଡାହାଣୀ ସନ୍ଦେହରେ ବିଧବା ମହିଳାଙ୍କୁ ହତ୍ୟା

ମୟୁରଭଞ୍ଜ, (ଏସ୍‌ ନ୍ୟୁଜ): ମୟୁରଭଞ୍ଜ ଜିଲ୍ଲାରୁ ରରୁଆଁ ଥାନା ଟିଲୁସାହିରେ ଜଣେ ବିଧବା ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ୫୫ବର୍ଷୀୟ ବିଧବା ମହିଳାଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଥିବା ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।