ଟଙ୍କା ପାଇଁ ବାପାଙ୍କୁ ହତ୍ୟା କଲା ପୁଅ

ବ୍ରହ୍ମପୁର, (ଏସ୍‌ ନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ମହାଛାଇ ଗାଁରେ ଘଟିଛି ଅଭାବନୀୟ ଘଟଣ । ପୁଅର ଛୁରାମାଡରେ ବାପା ମୃତ । ସୂଚନାଯୋଗ୍ୟ ଯେ, ଟଙ୍କା ନଦେବାରୁ ବାପାକୁ ଛୁରାମାଡ କରିଛି ହତ୍ୟାକାରୀ ପୁଅ । ମୃତକ ହେଲେ କରୁଣାକର ସାହୁ । ହତ୍ୟାକାରୀ ପୁଅ ପ୍ରତାପ ସାହୁ ଘଟଣା ପରେ ଫେରାର ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।