ଝାରସୁଗୁଡା, (ଏସ୍ ନ୍ୟୁଜ) : ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କ ଶହେ ଟଙ୍କା ପାଇଁ ଜଣେ ଦୁର୍ବୃତ ଅତି ବିଭସô ଭାବେ ହତ୍ୟା କରିବା ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ହତ୍ୟାକାରୀ ଅଭିଯୁକ୍ତ ପ୍ରବୀଣ ଧରୁଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଆଜି ତାକୁ କୋର୍ଟ ଚାଲାଣ କରିବ ପୋଲିସ । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା କୁଅଁରମାଲ ସରଗିଗୁଡ଼ା ଘରେ ପ୍ରଫେସର ଧ୍ରୁବରାଜ ନାୟକ ଘରେ ଟାଙ୍ଗିଆରେ ନୃଶଂସ ଭାବେ ହତ୍ୟା କରିଥିଲା ପ୍ରବୀଣ । ସେହି ସମୟରେ ସେ ଘରେ ଥିବା ପ୍ରଫେସର ନାୟକଙ୍କ ବୋହୂ ଓ ଝିଅଙ୍କୁ ସେ ୧୦୦ ଟଙ୍କା ମାଗିଥିଲା । ତେବେ ଟଙ୍କା ନାହିଁ ପରେ ଆସିବୁ ବୋଲି ସେମାନେ ତାକୁ କହିଥିଲେ । ଏହା ଭିତରେ ପ୍ରଫେସର ନାୟକ ସେଠାରେ ପହଚିଂ ଟାଙ୍ଗିଆ ଧରି କାହିଁକି ଘର ଭିତରକୁ ଆସିଛୁ ବୋଲି ଅଭିଯୁକ୍ତକୁ ପଚାରି ଥିଲେ । ଏହା ସହିତ ତାକୁ ପ୍ରଥମେ ଘରୁ ବାହାରିବାକୁ କହିଥିଲେ । ଏହା ପରେ ଉତ୍ୟକ୍ତ ପ୍ରବୀଣ ତାଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା । ଗୁରୁତର ଅବସ୍ଥାରେ ପ୍ରଫେସର ନାୟକଙ୍କୁ ଝାରସୁଗୁଡ଼ାର ଏକ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଦେଇଥିବା ତଥ୍ୟାନୁସାରେ, ପ୍ରବୀଣର ଘର ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲରେ । ଗତକାଲି ଧ୍ରୁବରାଜ ନାୟକଙ୍କୁ ନୃଶଂସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପ୍ରବୀଣ । ଘଟଣା ପରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ପ୍ରବୀଣକୁ ଲଇକେରା ଥାନା ପୁଲିସ୍ ଗତକାଲି ହିଁ ଧରିଛି । ତେବେ ତାକୁ ଥାନାରେ ଅଟକ ରଖି ପୋଲିସ୍ ପଚରାଉଚରା କରୁଥିବା ବେଳେ ଶେଷରେ ଗିରଫ କରିଛି ।