ଭୁବନେଶ୍ୱର: ଗୁରୁବାର ଦିନ ଦୟାନଦୀରୁ ଗୋଟିଏ ମଣିଷ କଙ୍କାଳ ଦେଖିବାକୁ ମିଳିଛି । ଦୟାନଦୀ ତଟସ୍ଥିତ ଭୁବନେଶ୍ୱର ଉପକଣ୍ଠ ଖଟୁଆପଡ଼ା ଅଂଚଳର ଲୋକମାନେ ଏହି ଘଟଣା ଦେଖି ଧଉଳି ପୁଲିସକୁ ଖବର ଦେଇଥିଲେ । କଙ୍କାଳଟିକୁ ଗୋଟିଏ ଦଉଡ଼ିରେ ବନ୍ଧା ଯାଇଥିଲା ।
କେହି ଜଣେ ଅନ୍ୟ ଜଣକୁ ଦଉଡ଼ିରେ ବାନ୍ଧି ପାଣିରେ ବୁଡ଼ାଇ ମାରି ଦେଇଥିବାର ପୁଲିସ ସନ୍ଦେହ କରିଛି ।