କଟକ: ଆଜି ଅପରାହ୍ନରେ କଟକ ବାଦାମବାଡ଼ି ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଜଣେ ବ୍ୟକ୍ତି ଏବଂ ତାଙ୍କ ନାବାଳିକା ଝିଅର ରହସ୍ୟମୟ ଅବସ୍ଥାରେ ମୃତଦେହ ମିଳିଥଲା । ମୃତ ବ୍ୟକ୍ତି ମାନସ ରଂଜନ ଦାଶ ଏବଂ ତାଙ୍କର ଝିଅ ୧୬ ବର୍ଷର ବୋଲି ଜଣାପଡିଛି । ମାନସ ଏବଂ ତାଙ୍କ ଝିଅ ଗତ ଦୁଇ ବର୍ଷ ଧରି ସ୍ନେହଲତା ଆପାର୍ଟମେଣ୍ଟରେ ରହୁଥିଲେ। ତେବେ ରହସ୍ୟମୟ ପରିସ୍ଥିତିରେ ଆଜି ସେମାନଙ୍କର ମୃତ୍ୟୁ ଘଟିଛି ଏବଂ ସେମାନଙ୍କ ମୃତଦେହ ବନ୍ଦ ଫ୍ଲାଟର ଶଯ୍ୟାରେ ପଡ଼ିଥିବାର ଜଣାପଡିଛି ।
ବାପା ଓ ଝିଅର ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ତେବେ ଏମିତି ଏକ ପଦକ୍ଷେପ ନେବାକୁ ସେମାନଙ୍କୁ କ’ଣ ବାଧ୍ୟ କରିଥିବ ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ ବୋଲି ସୂତ୍ରରୁ ପ୍ରକାଶ । ବାଦାମବାଡ଼ି ପୋଲିସ ଷ୍ଟେସନରୁ ପୋଲିସ ଫ୍ଲାଟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ଏକ ବୈଜ୍ଞାନିକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଯାଞ୍ଚରେ ସାହାଯ୍ୟ କରିବା ପାଇଁ ରୁମରୁ ନମୁନା ଏବଂ ପ୍ରମାଣ ସଂଗ୍ରହ କରିଥିଲେ । ପୋଲିସ ମୃତଦେହକୁ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।