ବାରଙ୍ଗ: ନନ୍ଦନକାନନରେ ନୂଆ ଅତିଥି ଆସିଛନ୍ତି । ୩ଟି ଶାବକ ଜନ୍ମ ଦେଇଛି ସିଂହୀ ବିଜଲୀ । ୩ଟି ଶାବକ ମଧ୍ୟରେ ଗୋଟିଏ ଶାବକ ମୃତ ଅବସ୍ଥାରେ ଜନ୍ମ ହୋଇଛି । ଏହାସହ ନନ୍ଦନକାନନରେ ଏବେ ସିଂହ ସଖ୍ୟା ୧୮କୁ ବୃଦ୍ଧିପାଇଛି । ସିଂହୀକୁ ଗତ ବର୍ଷ ଇନ୍ଦୋର ଚିଡିଆଖାନାରୁ ନନ୍ଦନକାନନ ଅଣାଯାଇଥିଲା । ନନ୍ଦନକାନନରେ ସିଂହ ସଂଖ୍ୟା ହ୍ରାସ ହେଉଥିବାରୁ ପ୍ରଜନନ ପ୍ରକ୍ରିୟା କରାଯାଇ ଥିଲା ।