ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ଅମଳରେ କିଛି ଦଳୀୟ ନେତା ଓ ବିଧାୟକ କ୍ଷମତାର ଅପବ୍ୟବହାର କରି କିଛି ତରୁଣୀଙ୍କ ସହ ରାତ୍ରିଯାପନ କରିଥିଲେ । ସେତେବେଳେ ଦଳର ବିଧାୟକ ଓ ମନ୍ତ୍ରୀଙ୍କ ବିରୋଧରେ ମୁଣ୍ଡ ଟେକୁଥିବା ସବୁ ଅଭିଯୋଗକୁ ହାଲୁକା କରିବା ପାଇଁ ବିଜୁବାବୁ ଗଣମାଧ୍ୟମ ଆଗରେ କହିଥିଲେ ଯେ ସେମାନଙ୍କ ମନ୍ତ୍ରୀ ଓ ବିଧାୟକମାନେ ମରଦଛୁଆ । ତେଣୁ କିଶୋରୀ, ତରୂୁଣୀ, ମହିଳାଙ୍କ ସହ ରାତି କଟାଇବା ମାମୁଲି କଥା ।
ବିଜୁବାବୁଙ୍କର ସେଦିନର ମନ୍ତବ୍ୟକୁ ଚରିତାର୍ଥ କରିଛନ୍ତି ତାଙ୍କ ଯୋଗ୍ୟପୁଅ ନବୀନ ପଟ୍ଟନାୟକ । ଅର୍ଚ୍ଚନା ମାର୍କା ମହୁ ଖାଇବାକୁ ଯାଇ ଜାଲରେ ଫସିଥିବା ଅଭିଯୁକ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ଦୋଷମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଧୀନରେ ଥିବା ଗୃହ ବିଭାଗକୁ ଚଳଚଂଚଳ କରିଛନ୍ତି । ଦରକାର ପଡ଼ିଲେ ଜେଲ ଭିତରେ ଅର୍ଚ୍ଚନାଙ୍କ ମୁହଁକୁ ସବୁଦିନ ପାଇଁ ବନ୍ଦ କରିବାକୁ ପଛାଇବେ ନାହିଁ ନବୀନ ପଟ୍ଟନାୟକ । ଏ ପ୍ରକାର ଅଭିଯୋଗ ଉଠାଇଛି ଏନୟୁବିସି । ଏନୟୁବିସିର ରାଷ୍ଟ୍ରୀୟ ମୁଖପାତ୍ର ରାଜେନ୍ଦ୍ର ଯାଦବ ନବୀନ ପଟ୍ଟନାୟକଙ୍କ ଆଦର୍ଶ ମୁଖ୍ୟମନ୍ତ୍ରୀ ପଣିଆକୁ ସମାଲୋଚନା କରି କହିଛନ୍ତି ବିଜୁବାବୁଙ୍କ ଏକମାତ୍ର ଯୋଗ୍ୟ ପୁଅ ଭାବେ ନବୀନ ପଟ୍ଟନାୟକ ତାଙ୍କ ଅନୁଗତଙ୍କ ଅପରାଧକୁ ଘୋଡ଼ାଇ ପାରିବେ ।
ଅର୍ଚ୍ଚନା ସହ ଶାରୀରିକ ସଂପର୍କ ରଖିଥିବା ସତିଆ ବିଧାୟକ, ବ୍ୟବସାୟୀ, ମନ୍ତ୍ରୀମାନେ କେବେ ଗିରଫ ହେବେ ବୋଲି ଏନ୍ୟୁବିସି ନେତା ସୀତାରାମ ବେହେରା ପ୍ରଶ୍ନ କରିଛନ୍ତି । ସୁନ୍ଦରୀ ଅର୍ଚ୍ଚନାଙ୍କ ସହ ରାତିଟିଏ କଟାଇବା ପାଇଁ ପାଗଳ ହେଉଥିବା ମନ୍ତ୍ରୀ ଓ ବିଧାୟକଙ୍କୁ କାଠଗଡ଼ାରେ ଠିଆ କରାଇ ପାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚ୍ଚୋଟପଣିଆ ପ୍ରମାଣିତ ହେବ । ତା’ ନହେଲେ ଦଳର ମନ୍ତ୍ରୀ ଓ ବିଧାୟକମାନଙ୍କୁ ସୁନ୍ଦରୀ ଅର୍ଚ୍ଚନାଙ୍କ ନିକଟକକୁ ପଠାଇ ନବୀନ ପଟ୍ଟନାୟକ ହାତଗଣତି ଆଇଏଏସ ଅଧିକାରୀଙ୍କ ବଳରେ ରାଜ୍ୟବାସୀଙ୍କୁ ଲୁଟିବା ଯୋଜନା କରୁଥିବା ସ୍ପଷ୍ଟ ହୋଇଯିବ । ସୀତାରାମ ପୁଣି କହିଛନ୍ତି, କୌଣସି ନାକୌଣସି ଅଭିଯୋଗରେ ମନ୍ତ୍ରୀ ଓ ବିଧାୟକଙ୍କୁ ଫସାଇ ରାଜ୍ୟବାସୀଙ୍କ ଆଗରେ ସଚ୍ଚୋଟ ଦେଖାଇହେବା ନବୀନ ପଟ୍ଟନାୟକଙ୍କର ଅଭ୍ୟାସଗତ ଯୋଜନା ।
ନବୀନ ପଟ୍ଟନାୟକଙ୍କ ଦୃଷ୍ଟିରେ ଚିଟଫଣ୍ଡ ସଂସ୍ଥାକୁ ଲୋକପ୍ରିୟ କରାଇ ଖଟିଖିଆ ଜନତାଙ୍କ ମନରେ ବିଶ୍ୱାସ ଜନ୍ମାଇ କୋଟିକୋଟି ଟଙ୍କା ସଂଗ୍ରହ କରିବା ଭଳି ଗୁରୁଦାୟିତ୍ୱ ତୁଲାଉଥିବା ବିଧାୟକ ଓ ମନ୍ତ୍ରୀମାନେ ଆଇନତଃ ଅଭିଯୁକ୍ତ । ମାତ୍ର ସେମାନଙ୍କ ପତ୍ନୀ ଓ ପୁଅଝିଅମାନେ ଖାଂଟି ସୁନା । ଅତଏବ ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କ ପୁଅ ଅବା ପତ୍ନୀଙ୍କୁ ଦଳୀୟ ଟିକେଟ୍ ଦେଇ ନିର୍ବାଚନରେ ଜିତାଇବା ନବୀନ ପଟ୍ଟନାୟକଙ୍କ ବଂଶବାଦ ଶାସନକୁ ତିଷ୍ଠି ରଖିବାର ବିଶ୍ୱସ୍ତରୀୟ ଯୋଜନା । ବିଜେଡିରେ ବାପ-ପୁଅ, ସ୍ୱାମୀ-ସ୍ତ୍ରୀ, ଭାଇ-ଭାଇ, ଭାଇ-ଭଉଣୀ ପ୍ରଭୃତି ପରିବାର ଶାସନକୁ ଅଗ୍ରାଧିକାର ଦିଆଯିବାର କାରଣ ଦଳର ମୁଖିଆ ନବୀନ ପଟ୍ଟନାୟକ ମଧ୍ୟ ସେହି ବାଟ ଦେଇ ରାଜନୀତିକୁ ପ୍ରବେଶ କରିଛନ୍ତି ।
ଏଇ ଗୋଟିଏ ପରିଚୟ ବ୍ୟତୀତ ନବୀନ ପଟ୍ଟନାୟକଙ୍କ ପାଖରେ ଆଉ କୌଣସି ବଳିଷ୍ଠ ପରିଚୟ ନାହିଁ । ଅବଶ୍ୟ ନବୀନ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିୟର ପାଇଁ ବିଜୁବାବୁଙ୍କ ପୁଅଠାରୁ ବଳି ବଡ଼ ପରିଚୟ ଆଉ କିଛି ଦରକାର ନାହିଁ । ସଂକ୍ଷେପରେ କହିଲେ, ବିଜେଡିର କୌଣସି ନେତାଙ୍କ ପାଖରେ ଶାସନ କରିବାର ଦକ୍ଷତା କି ଯୋଗ୍ୟତା ନାହିଁ । ସେମାନଙ୍କ ନିକଟରେ ସାମାନ୍ୟ ଦକ୍ଷତା କି ଯୋଗ୍ୟତା ଥିଲେ, ଖୋଦ୍ ନବୀନ ପଟ୍ଟନାୟକ ସେମାନଙ୍କୁ ହଳ ବୁଲାଉ ନଥାନ୍ତେ । ରାଜ୍ୟର ଅଯୋଗ୍ୟ ଆଇଏଏସ୍ ଓ ଆଇପିଏସମାନେ ସେମାନଙ୍କୁ ହୀନ ମଣୁ ନଥାନ୍ତେ । କଙ୍କଡ଼ାକୁ ଗୋଳିପାଣି ସୁହାଇଲା ଭଳି ଅଯୋଗ୍ୟ ନେତା ଓ ବିଧାୟକମାନଙ୍କୁ ଅର୍ଚ୍ଚନା ଭଳି ସୁନ୍ଦରୀଙ୍କ ନିକଟକୁ ପଠାଇ, ରାଜ୍ୟବାସୀଙ୍କୁ ଟଙ୍କିକିଆ ଚାଉଳ ଖୁଆଇ ନବୀନ ପଟ୍ଟନାୟକ ପାଂଚଥର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଲାଭ କରିଛନ୍ତି ।