ଉପନିର୍ବାଚନରେ ସଫଳତା ନେଇ ଭୋଟରମାନଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର(ଏସ୍ ନ୍ୟୁଜ) : ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ବିଜେଡି ବିଜୟ ଲାଭ କରିଛି । ଏନେଇ ଆଜି ଉଭୟ ବିଧାନସଭାର ଭୋଟରମାନଙ୍କୁ ଭିଡିଓ କନଫେରନ୍ସିଂ ମାଧ୍ୟମରେ ସଂନ୍ଧ୍ୟା ୬ ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିବେ ।

ଉପନିର୍ବାଚନରେ ସଫଳତା ନେଇ ଅୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ସଂନ୍ଧ୍ୟା ୬ଟାରେ ତିର୍ତ୍ତୋଲ ବିଧାନସଭାର ଦଳୀୟ କର୍ମୀମାନଙ୍କୁ ଓ ସଂନ୍ଧ୍ୟା ୬ ଟା ୨୦ ମିନିଟରେ ବାଲେଶ୍ୱର ସଦରର ଭୋଟରମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେଡି ବାଜିମାତ କରିଛି । ଏନେଇ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀଙ୍କ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି । ଦଳୀୟ କର୍ମୀମାନଙ୍କ ନିରନ୍ତର ଉଦ୍ୟମ, ସେବାମନୋବୃତ୍ତି ପାଇଁ ଦଳ ପୁଣିଥରେ ନିଜର ତାକତ ଦେଖାଇ ପାରିଛି ବୋଲି ବିଜେଡି ନେତା ପ୍ରକାଶ କରିଛନ୍ତି । ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ଓ ଉତ୍ସାହିତ କରିବାକୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ସୂଚନା ମିଳିଛି ।