ଲୋକାୟୁକ୍ତ କରିବ ପ୍ରଦୀପଙ୍କ ମାମଲାର ତଦନ୍ତ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ତଦନ୍ତ କରିବେ ଲୋକାୟୁକ୍ତ। ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକାୟୁକ୍ତ ଗଠନ ପରେ ପ୍ରଥମ ଭାବେ ମାମଲାର ତଦନ୍ତ ପାଇଁ ସୁପାରିସ କଲେ ରାଜ୍ୟ ସରକାର।

ତେବେ ଟାଟାରେ ଚାକିରି କରାଇଦେବା ନାଁରେ ଆକାଶ ପାଠକ ଓ ତାଙ୍କ ଭାବି ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀ ଶିକ୍ଷିତ ଯୁବକଙ୍କୁ ଠକିଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ପ୍ରଦୀପଙ୍କୁ ଦଳରୁ ବହିଷ୍କାର କରିଥିଲେ। ପରେ କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ତାଙ୍କ ସରକାରୀ ଆବାସରୁ ଉଠାଇ ନେଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି।

ଅନ୍ୟପଟେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନର ଆଜି ଶୁଣାଣି ହୋଇଛି । କିନ୍ତୁ ଜାମିନ ଆବେଦନର ଶୁଣାଣିକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ରାୟ ସଂରକ୍ଷିତ ରଖିଛନ୍ତି ଭୁବନେଶ୍ୱର ଏଡିଜେ-୩ କୋର୍ଟ ।