ଭୁବନେଶ୍ବର : ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ୨୪ ବର୍ଷ ରହିବା ପରେ ଆଜି ଇସ୍ତଫା ଦେବେ ବିଜେଡି ସୁପ୍ରିମୋ । ପୂର୍ବାହ୍ନ ୧୧.୩୫ରେ ସେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଆସନରୁ ଇସ୍ତଫା ଦେବେ । ୧୧.୩୦ରେ ନବୀନ ନିବାସରୁ ବାହାରି ରାଜଭବନରେ ପହଞ୍ଚିବେ । ଏବଂ ଏହାପରେ ୨୪ ବର୍ଷରୁ ସୁଚାରୂ ରୂପରେ ତୁଲାଇଥିବା ଏକ ବଡ଼ ଦାୟିତ୍ୱରୁ ଇସ୍ତଫା ପ୍ରଦାନ କରିବେ ।