ଭୁବନେଶ୍ବର( ଏସ୍ ନ୍ୟୁଜ ): ପଦ୍ମଶ୍ରୀ ଏମଡିଏଚ ଗ୍ରୁପ ମାଲିକ ମହାଶୟ ଧର୍ମପାଲ ଗୁଲାଟୀଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛି ମସଲା କିଙ୍ଗ । କିଛିଦିନ ହେବ ସେ ଅସୁସ୍ଥ ହୋଇ ମାତା ଚନ୍ନନ ଦେବୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ମୃତ୍ୟୁରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ଧର୍ମପାଲ ଗୁଲାଟିଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ନିଜର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ୧୯୪୭ରେ ୧୫ଶହ ଟଙ୍କା ନେଇ ଦିଲ୍ଲୀ ଆସିଥିଲେ ଗୁଲାଟି । ୬୫୦ଟଙ୍କାରେ ଘୋଡାଗାଡି କିଣି ଦିଲ୍ଲୀ ରେଲୱେ ଷ୍ଟେସନରୁ କୁଲବ ରୋଡ ଯାଏଁ ଚଲାଉଥିଲେ । ପରେ ଛୋଟିଆ ମସଲା ଦୋକାନ ଖୋଲି ଧିରେ ଧରେ ଏମଡିଏଚ ମସଲା ନାଁରେ ଆରମ୍ଭ ହେଲା ବିଜନେସ୍ । ଗୁଲାଟି ଯେ କେବଳ ମସଲା ବ୍ୟବସାୟ ପାଇଁ ପ୍ରସିଦ୍ଧ ଥିଲେ ତା ନୁହେଁ ହସ୍ପିଟାଲ ସହ ୨୦ରୁ ଅଧିକ ସ୍କୁଲ ମଧ୍ୟ ଖୋଲିଛନ୍ତି ସେ। ତାଙ୍କ ପରିଶ୍ରମ ବଳରେ ସେ ନିଜର ବ୍ୟବସାୟକୁ ଦେଶବ୍ୟାପୀ କରିବା ସହ ନିଜର ସ୍ୱତନ୍ତ୍ର ସ୍ଥାନ ବନାଇପାରିଥିଲେ । ତାଙ୍କ ବିୟୋଗରେ ସବୁଠି ଦୁଃଖର ଛାୟା ଖେଳିଯାଇଛି ।