ଆଜିଠୁ ନୂଆ ଗାଇଡ଼ ଲାଇନ୍

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ମହାମାରୀ କରୋନା ଧିରେ ଧିରେ ତଳମୁହାଁ ହେଉଥିବା ବେଳେ ନୂତନ ନିର୍ଦ୍ଦେଶାବଳୀ ଜାରି ଅନୁଯାୟୀ, ପୂର୍ବରୁ ଭୁବନେଶ୍ୱର, କଟକ ଓ ପୁରୀ ସହରରେ ଲାଗୁ କରାଯାଇଥିବା ସପ୍ତାହାନ୍ତ ସଟ୍‌ଡାଉନ୍‌ ଉଠିଛି । ସହରାଞ୍ଚଳରେ ନାଇଟ୍ କର୍ଫ୍ଯୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହିବ। ସପ୍ତାହାନ୍ତ ସଟ୍‌ଡାଉନ୍ ରହିବ ନାହିଁ। ଦୋକାନ ବଜାର, ସପିଙ୍ଗ ମଲ ଇତ୍ୟାଦି ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଏନେଇ ମହାମାରୀ କରୋନା ପ୍ରସଙ୍ଗରେ ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ମଙ୍ଗଳବାର ଏସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ନୂଆ ଗାଇଡଲାଇନ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ମୁକ୍ତ ହୋଇଥିବାବେଳେ, ଧାର୍ମିକ, ରାଜନୈତିକ, ସମାଜିକ ସମାବେଶରେ କଟକଣା ବଳବତ୍ତର ରଖାଯାଇଛି । ମେଳା ମହୋତ୍ସବ, ପ୍ରଦର୍ଶନୀ ଉପରେ ମଧ୍ୟ ପୂର୍ବରୁ ଥିବା କଟକଣା ଜାରି ରହିବ । ପ୍ରେକ୍ଷାଳୟ, ଅଡିଟୋରିୟମରେ ଗାଇଡ୍‌ଲାଇନ୍‌ ମାନି ମିଟିଂ ହୋଇପାରିବ । ବାହାଘର, ଅନ୍ତ୍ୟେଷ୍ଟି କାର୍ଯ୍ୟ କ୍ଷେତ୍ରରେ ମଧ୍ୟ କଟକଣାକୁ କୋହଳ କରାଯାଇଛି । ଏବେ ବିବାହ କାର୍ଯ୍ୟ ଓ ଅନ୍ତେଷ୍ଟି କାର୍ଯ୍ୟରେ ୨୫୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି ।
ପରିବାର, ପୁରୋହିତ, ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ବାହାଘରରେ ୨୫୦ ଜଣ ମଧ୍ୟରେ ରହିବେ ବୋଲି ଦର୍ଶାଯାଇଛି । ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇଛି । ସର୍ବାଧିକ ୫୦ ଜଣଙ୍କୁ ନେଇ ଶୋଭାଯାତ୍ରା ହୋଇପାରିବ । ଏହି ୫୦ଜଣଙ୍କ ମଧ୍ୟରେ ଲାଇଟ୍‌, ସାଉଣ୍ଡ୍‌, ବରଯାତ୍ରୀ ରହିବେ । ତେବେ ବିବାହ ଶୋଭାଯାତ୍ରା ପାଇଁ ପ୍ରାଧିକୃତ ଅଧିକାରୀଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ । ସମସ୍ତ ମ୍ୟୁଜିୟମ, ପାଠାଗାର କୋଭିଡ଼ ନିୟମ ମାନି ଖୋଲିପାରିବ ।

ଗତ ୨୩ ତାରିଖରୁ ଖୋଲିଛି ଶ୍ରୀମନ୍ଦିର। କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି । ତେବେ ଏଥିପାଇଁ ଆର୍‌ଟିପିସିଆର୍‌ ନେଗେଟିଭ କିମ୍ବା ଓ ଦୁଇଟି ଡୋଜ୍ ଟିକାକରଣ ରିପୋର୍ଟ ସହ ଆଧାର କାର୍ଡ ପ୍ରମାଣପତ୍ର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହ ପଟେ ପ୍ରବେଶ ଓ ଉତ୍ତର ଦ୍ୱାର ପଟେ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି।
ସୂଚନା ଥାଉକି ,ଶନିବାର ଓ ରବିବାର ଦର୍ଶନ ବନ୍ଦ ରହିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ସାନିଟାଇଜିଙ୍ଗ ପ୍ରକ୍ରିୟା କରାଯିବ । କିନ୍ତୁ ହୋଟେଲ ,ରେଷ୍ଟତୁରନ୍ତ ,ଲଜିଙ୍ଗ ଓ ଧର୍ମଶାଳା ଖୋଲା ରହିବ।
ସେପ୍ଟେମ୍ବର ମାସର ପୂଜା ପାର୍ବଣ ଅଗଷ୍ଟ ୯ ଆଦେଶାନୁସାରେ ଚାଲିବ । ଜିଲ୍ଲାପାଳ ବା ଟୁଇନସିଟି କମିଶନର ଆବଶ୍ୟକ ହେଲେ କଟକଣା ବଢ଼ାଇବେ ବୋଲି ସୂଚନା ଦିଆଯାଇଛି । ନାଇଟକର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବାକୁ ଅନୁମତି ମିଳିଛି । ନାଇଟ୍‌ କର୍ଫ୍ୟୁ ସମୟରେ ଓଲା ଓ ଉବେର ମଧ୍ୟ ଚାଲି ।ରିବ । ଏପରିକି ଟ୍ରେନ ଓ ବସ୍‌ରେ କେଉଁ ଆଡେ ଯାଉଥିଲେ ଟ୍ରେନ୍‌ ଟିକେଟ୍‌ ଦେଖାଇ ଯାଇପାରିବେ । ହୋମ ଡେଲିଭରୀ ହୋଇପାରିବ ।