ଭୁବନେଶ୍ୱର(ଏସ୍ ନ୍ୟୁଜ): ଏଣିକି ୬ କଏଦୀଙ୍କ ପାଇଁ ରହିବେ ଜଣେ ସୁରକ୍ଷା କର୍ମୀ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଲାଗୁହେଲା ଏହି ନୂଆ ଜେଲ ମାନୁଆଲ । ସେପ୍ଟେମ୍ବର ୨୧ ବିଜ୍ଞାପ୍ତି ପ୍ରକାଶ ପରେ କାର୍ଯ୍ୟକାରୀ ହୋଇଛି ଏହି ନୂଆ ମାନୁଆଲ। ପୂର୍ବରୁ ଜେଲ କଏଦୀଙ୍କ ପାଇଁ ୧୯୯୪ ର ମନୁଆଲ ଅନୁସରଣ କରାଯାଉଥିଲା
ତେବେ ମାନୁଆଲରେ କଏଦୀଙ୍କ ସୁରକ୍ଷା ଓ ମାନବାଧିକାର ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଛି । ଜେଲ ପରିଚାଳନା ଓ କଏଦୀଙ୍କ ଉତ୍ତମ ଚିକିତ୍ସା ଉପରେ ମଧ୍ୟ ବିଶେଷ ଭାବେ ନୂଆ ମାନୁଆଲ କୁହାଯାଇଛି।
ସେହିପରି କେଉଁଠି କେତେ କଏଦୀଙ୍କ ରହିବ ପାଇଁ ସୁବିଧା କରାଯାଇଛି ସେ ବିଷୟରେ ବି ଉଲ୍ଲେଖ ରହିଛି। ଏଥିପାଇଁ ସର୍କଲ ଜେଲରେ ୧୦୦୦ ଜଣ , ଜିଲ୍ଲା ଜାଲରେ ୫୦୦ଜଣ ଓ ସବ ଜେଲରେ ୩୦୦ ଜଣ କଏଦୀ ରହିବାର ଏହି ମାନୁଏଲରେ ବ୍ୟବସ୍ଥା କରାଯାଇଛି ।ଏହାସହ ଜଣେ ଦୋଷୀ କଏଦୀଙ୍କୁ ମାସରେ ଦୁଇଥର ସାକ୍ଷାତ ପାଇଁ ଅନୁମତି ମିଳିଛି।