ଭୁବନେଶ୍ବର( ଏସ୍ ନ୍ଯୁଜ): ଗାଡି ଚଳାଇବା ବେଳେ ଆଉ ଦରକାର ପଡିବନି ଡିଏଲ୍ କିଂବା ଅନ୍ୟ କାଗଜ ପତ୍ର । ଯଦି କୌଣସି ଗାଡି ଚାଳକ ନିଜ ସହିତ ଗାଡିର କାଗଜପତ୍ର ରଖିନାହାନ୍ତି ତେବେ ତାଙ୍କୁ କୌଣସି ଜରିମାନା ଲାଗିବ ନାହିଁ। କାରଣ ଆଜିଠାରୁ ଲାଗୁ ହେଲା ନୂଆ ମୋଟର ଯାନ ଆଇନ।
ନିୟମ ଅନୁସାରେ ଚାଳକଙ୍କୁ ଏଥିପାଇଁ ନିଜ ମୋବାଇଲରେ ରଖିବାକୁ ପଡିବ ଡିଜି ଲକ୍ ଆପ୍ ଏବଂ ଏମ୍ ପରିବହନ ଆପ୍ । ଏହି ଦୁଇଟି ଆପରେ ଆପଣ ନିଜ ଡିଏଲ୍, ଗାଡି ଇନସୁରାନ୍ସ, ପ୍ରଦୂଷଣ ସଂକ୍ରାନ୍ତିୟ ସମସ୍ତ କାଗଜପତ୍ର ରଖିପାରିବେ । ଫଳରେ ଗାଡି ଚଳାଇବା ସମୟରେ ଆଉ ପାଖରେ ଡିଏଲ ଏବଂ ଇନସୁରାନ୍ସ ସମେତ ଅନ୍ୟ କାଗଜ ପତ୍ରର ହାର୍ଡ କପି ରଖିବା ଆଉ ବାଧ୍ୟତାମୂଳକ ନୁହଁ । ଚେକିଂ ବେଳେ ଗାଡି ଚାଳକ ଏଣିକି ଡିଜିଟାଲ କପି ଦେଖାଇ ପାରିବେ ।