ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ପଂଚାୟତ ନିର୍ବାଚନରେ ହିଂସା ରୋକିବାକୁ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ପଚାଂୟତ ଭୋଟ ଗଣତି ନେଇ ନୂଆ ନିୟମ ଲାଗୁହେବ । ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଶେଷଜ୍ଞଙ୍କ ମତାମତ ଲୋଡାଯାଇଛି । ୧୫ ଦିନ ମଧ୍ୟରେ ମତାମତ ଦେବାକୁ ସରକାରଙ୍କ ପକ୍ଷରୁ ସମୟ ନିର୍ଦ୍ଧାରଣ କରାଯାଇଥିବା ଜଣାପଡିଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏଣିକି ମତଦାନ କେନ୍ଦ୍ରରେ ନୁହେଁ, କାଉଟିଂ ସେଂଟରରେ ଭୋଟ ଗଣତି ହେବ । ବିଧାନସଭା ଓ ଲୋକସଭା ଭଳି ପଚାଂୟତ ଭୋଟ ଗଣତିରେ ଏହି ନିୟମ ଲାଗୁ ହେବ । ଗଣତି କେନ୍ଦ୍ରରେ ସମସ୍ତଙ୍କ ଉପସ୍ଥିତିରେ ବାଲାଟ୍ ବକ୍ସ ଖୋଲାଯିବ ବୋଲି କୁହାଯାଇଛି ।