ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଯୁବକଙ୍କୁ ଙ୍କୁ ଉଠାଇନେଇଛି ନ୍ୟାସନାଲ ଇନଭେସ୍ଟିକେସନ ଏଜେନ୍ସି (ଏନଆଇଏ )। ଆତଙ୍କବାଦୀ ସନ୍ଦେହରେ ଜଣେ ଯୁବକଙ୍କୁ ଉଠାଇ ନେଇଥିବା ସୂଚନା ମିଳିଥିଲା । ହେଲେ ଏକ ମାମଲାରେ ଜଣେ ଛାତ୍ରଙ୍କ ସହ କଥା ହୋଇଥିବା ଏନଆଇଏ ପକ୍ଷରୁ କୁହାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଆଜି ଏନଆଇଏର ଏକ ସ୍ବତନ୍ତ୍ର ଟିମ୍ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଓ କମିଶନରେଟ୍ ପୁଲିସ ସହଯୋଗରେ ଉକ୍ତ ଯୁବକକୁ ଖଣ୍ଡଗିରି ଅଞ୍ଚଳରୁ ଉଠାଇ ନେଇ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚୁରା କରୁଛି। ଯୁବକଙ୍କ ବୟସ ୨୫-୨୬ ବର୍ଷ ହେବା ଅନୁମାନ କରାଯାଉଛି। ମାତ୍ର ଉକ୍ତ ଯୁବକ କିଏ ଓ କେଉଁ କାରଣରୁ ତାଙ୍କୁ ପଚରାଉଚୁରା କରାଯାଉଛି ସେ ସମ୍ପର୍କରେ ଏନଆଇଏ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ। ତେବେ ଏନଆଇଏ ସାଧାରଣତଃ ଆତଙ୍କବାଦ ପରି ଜାତୀୟ ସୁରକ୍ଷା ସହ ଜଡ଼ିତ ମାମଲା ଗୁଡ଼ିକ ଉପରେ ତଦନ୍ତ କରୁଥିବାରୁ ଏହି ଘଟଣାର ଗୁରୁତ୍ବ ବଢିଯାଇଛି।
ତେବେ ଏନଆଇଏ ପକ୍ଷରୁ ଏ ସମ୍ପର୍କରେ ଔପଚାରିକ ବିବୃତି ଦେଇଛନ୍ତି, ଏକ ମାମଲାରେ ଏନଆଇଏ ଜଣେ ଛାତ୍ରଙ୍କ ସହ କଥା ହୋଇଛି। ଛାତ୍ରଙ୍କ ସହ କଥା ହେବା ପରେ ସେମାନେ ଚାଲି ଯାଇଛନ୍ତି। କାହାକୁ ଗିରଫ କରାଯାଇ ନାହିଁ। NIA ଏହାର ପଚରାଉଚରା ଶେଷ କରି ଚାଲିଯିବା ପରେ ଛାତ୍ରଙ୍କ ପଛରେ ନ ଯିବାକୁ ମିଡିଆଙ୍କୁ ଅନୁରୋଧ କରାଯାଇଛି। ଯେପର୍ଯ୍ୟନ୍ତ ଆମେ କିଛି ଅନୁସନ୍ଧାନକାରୀ ସଂସ୍ଥା ତାଙ୍କ ବିରୋଧରେ ମାମଲା ରୁଜୁ ନକରିବା ପର୍ଯ୍ୟନ୍ତ ଛାତ୍ରଙ୍କ ନାମ ପ୍ରକାଶ ନକରିବାକୁ ଆମେ (NIA) ଗଣମାଧ୍ୟମକୁ ଅନୁରୋଧ କରୁଛୁ ବୋଲି କୁହିଛନ୍ତି। ଏଥିସହ, ଆମେ ଖଣ୍ଡଗିରି PS ଖାଲି କରିବାକୁ ଗଣମାଧ୍ୟମକୁ ଅନୁରୋଧ କରୁଛୁ ଯାହା ଦ୍ବାରା ଛାତ୍ର ଘରକୁ ଯାଇପାରିବ।
ଅନ୍ୟପଟେ ଏହି ଘଟଣାରେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତିି ଯେ, ଏନଆଇଏର ଏକ ତଦନ୍ତ ସମ୍ପର୍କରେ ଛାତ୍ରକୁ ପଚରାଉଚରା କରାଯାଉଛି । ଏହି ତଦନ୍ତ ଆତଙ୍କବାଦ ସମ୍ପର୍କିତ ନୁହେଁ । ତେବେ ଛାତ୍ରଜଣଙ୍କୁ ଖଣ୍ଡଗିରି ଥାନାରେ ପଚରାଯାଉଛି ।