ଭୁବନେଶ୍ଵର(ସାକ୍ସୀ ନ୍ୟୁଜ୍): ବିଜେଡି ଓ ବିଜେପି ମେଂଟ ସଂପର୍କରେ ଜୋରଦାର ଆଲୋଚନା ଚାଲିଥିଲା ବେଳେ ସାକ୍ସୀ ୱାର୍ଲଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦ୍ୱାଦଶ ସ୍ୱନକ୍ଷତ୍ର ପାଳନ କରାଯାଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ ମନ୍ତ୍ର ଗବେଷକ ଆଚାର୍ଯ୍ୟ ଧର୍ମରାଜ । କଥା ଛଳରେ ସାକ୍ସୀ ୱାର୍ଲଡ ମୁଖ୍ୟ ପରିଚାଳକ ସରୋଜ କୁମାର ବିଜେଡି-ବିଜେପି ମେଂଟ ସଂପର୍କରେ ଧର୍ମରାଜଙ୍କ ନିକଟରୁ ଜବାବ ଚାହିଁଥିଲେ ।
ବିଜେଡି ଓ ବିଜେପି ଭିତରେ ମେଂଟ ହେବାର ପ୍ରଶ୍ନ ଉଠୁନି ବୋଲି ଆଚାର୍ଯ୍ୟ ଧର୍ମରାଜ କହିଥିଲେ । ରାଜ୍ୟର ପ୍ରମୁଖ ଗଣମାଧ୍ୟମ ବିଜେଡି-ବିଜେପି ମେଂଟ ସୁନିଶ୍ଚିତ କରିବା ପଛରେ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ଗମନ ପ୍ରସଙ୍ଗକୁ ଜାବୁଡ଼ି ଧରିଥିଲେ । ମାତ୍ର ଧର୍ମରାଜ ସଫା ସଫା ମେଂଟ ବିଷୟକୁ ଖଣ୍ଡନ କରିଛନ୍ତି ।
ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥାକୁ ଭାଙ୍ଗି ନପାରି ନବୀନବାବୁ ଅଶ୍ୱିନୀଙ୍କୁ ରାଜ୍ୟସଭାକୁ ପଠାଇଛନ୍ତି; ମାତ୍ର ନିର୍ବାଚନ ପାଇଁ ବିଜେଡି-ବିଜେପି ମେଂଟ କରିବେ ନାହିଁ । ୟା’ର କାରଣ ଦର୍ଶାଇବାକୁ ଯାଇ ଧର୍ମରାଜ କହିଛନ୍ତି, ଯୋଉ ଆସନ ବୁଝାମଣାକୁ କେନ୍ଦ୍ର କରି ୨୦୦୯ରେ ବିଜେପି ଓ ବିଜେଡି ମେଂଟ ଭାଙ୍ଗିଥିଲା । ସେହି ଆସନ ବୁଝାମଣା ହିଁ ଏବେ ଉଭୟ ଦଳକୁ ଏକାକୀ ଲଢ଼ିବାକୁ ବାଧ୍ୟ କରିବ ।
ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିବାର ଆବଶ୍ୟକତା ନାହିଁ ବୋଲି ଅଶ୍ୱିନୀ ବୈଷ୍ଣବଙ୍କ ଜରିଆରେ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଜଣାଇ ଦେଇଛନ୍ତି ।