କମିବନି ସ୍‌ସି ଏସ୍‌ଟି ଛାତ୍ରବୃତ୍ତି -ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଏସ ନ୍ୟୁଜ ): ଅନୁସୂଚିତ ଜାତି ଓ ଜନଜାତି(ଏସ୍‌ସି/ଏସ୍‌ଟି) ଛାତ୍ରବୃତ୍ତି ପରିମାଣ କମିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି ।ମାଟ୍ରିକ୍ ପରବର୍ତ୍ତୀ ବୃତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ।ପ୍ରଚଳିତ ହାରରେ ସେମାନେ ବୃତ୍ତି ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତ ୩ ତାରିଖରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ବୃତ୍ତି କମାଇବା ନେଇ ଜାରି ହୋଇଥିବା ବିଜ୍ଞପ୍ତିକୁ ସ୍ଥଗିତ ରଖାଯାଇଥିଲା। ତେଣୁ ଏହି ସମ୍ପର୍କିତ ଫାଇଲ୍‌କୁ ସବିଶେଷ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବୃତ୍ତି କମାଇବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଥିଲା। କରୋନା ସମୟରେ ସରକାରଙ୍କ ଏପରି ନିଷ୍ପତ୍ତିକୁ ସମସ୍ତେ ନିନ୍ଦା କରିବା ସହ ତୁରନ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।